ଗଞ୍ଜାମ(ହର ପ୍ରସାଦ ବିଶୋଇ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଂଚାୟତର ବେଲପଡା ଗ୍ରାମରେ ମୃତ୍ଯୁବରଣ କରିଥିବା ମନୋରଞ୍ଜନ ପଣ୍ଡା ଙ୍କ ପରିବାର କୁ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି । ସୋମବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏସ. ଛଚିନା ସ୍ଥିତ ରାଧା କୃଷ୍ଣ ହାଇ ସ୍କୁଲ ର ଶିକ୍ଷକ ନିରଞ୍ଜନ ପଣ୍ଡା , ବଂଶୀଧର ପଣ୍ଡା ,ବୁଧି ରାମ ଗୌଡ଼ଙ୍କ ସମେତ ବିଦ୍ୟାଳୟ ର କର୍ମଚାରୀ ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହିତ ତାଙ୍କ ପିତା ରବୀନ୍ଦ୍ର ନାଥ ପଣ୍ଡା ଙ୍କୁ ଏହି ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ମନୋରଞ୍ଜନ ଗତ ୭/୬/୨୧ ରେ କରୋନାରେ ମୃତ୍ୟୁବରଣ କରିଥିଲେ ।