ଗୋଷ୍ଠୀ କୃଷକ ମହା ମଞ୍ଚ ପକ୍ଷରୁ ଦେଓଗାଁ ତରଫରୁ ତହସିଲ କାର୍ୟ୍ୟାଳୟ ଘେରାଉ

(ନରୋତ୍ତମ ପଣ୍ଡା): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ ର ଗୋଷ୍ଠୀ କୃଷକ ମହା ମଞ୍ଚ ତରଫରୁ ଦେଓଗାଁ ତହସିଲ କାର୍ୟ୍ୟାଳୟ ଘେରାଉ କରିବା ସହ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ତହସିଲଦାର ଙ୍କୁ ଏକ ଳିଖିତ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଦେଓଗାଁ ବ୍ଲକ ର ବହୁ ଚାଷୀ ଯୋଗ ଦେଇଥିବା ବେଳେ ଗତ ପାଞ୍ଚ ବର୍ଷ ଧରି ମରୁଡି ହେଉଥିଲେ ମଧ୍ୟ ଠିକ୍ ଭାବରେ ଚାଷୀ ଙ୍କୁ ସହାୟତା ଯୋଗାଇ ଦେଇନଥିବାରୁ ସମସ୍ତ ଚାଷୀ ମାନଙ୍କ ସମସ୍ୟା ବଢ଼ି ବାରେ ଲାଗିଛି , ଚଳିତ ବର୍ଷ ମଧ୍ୟ ଚକଡା଼ ପୋକ ଲାଗି ଫସଲ ନଷ୍ଟ ଯୋଗୁଁ ସଙ୍କଟରେ ଚାଷୀ ତେଣୁ ତୁରନ୍ତ ପଦକ୍ଷେପ ନେବା ସହ ଚାଷୀ ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଉକ୍ତ କାର୍ୟ୍ୟକ୍ରମରେ ଶ୍ରୀ ଯୁକ୍ତଇନ୍ଦ୍ରଜିତ ରାଉତ ସଭାପତିତ୍ବ କରିଥିଲାବେଳେ ଉଜ୍ଜ୍ୱଳ ଦଣ୍ଡସେନା, ଶ୍ୟାମସୁନ୍ଦର ଦାସ, ଶୁଶାନ୍ତ କୁମାର , ଶଶିଭୂଷଣ ସାହୁ ଏବଂ ଦେଓଗାଁ ବ୍ଳକ ର ସମସ୍ତ ଚାଷୀ ଯୋଗ ଦେଇଥିଲେ ,