(କୋଲକାତା ) : ଆଜି ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ଟି ଆସନ ନିମନ୍ତେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ଅବସରରେ ଭୋଟ୍ ଦେବା ପାଇଁ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଭୋଟର୍ମାନଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ନୂଆ ବିଧାନସଭା ପାଇଁ ପଶ୍ଚିମବଙ୍ଗବାସୀ ଭୋଟ୍ ଦେଉଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟରେ, ଯେଉଁମାନଙ୍କ ଆସନରେ ଭୋଟ୍ ଗ୍ରହଣ ଚାଲିଛି, ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ ଅନୁରୋଧ କରୁଛି।
The people of West Bengal are voting to elect a new assembly. On the sixth phase today, urging those whose seats are polling to exercise their franchise.
— Narendra Modi (@narendramodi) April 22, 2021
୪ଟି ଜିଲ୍ଲା ଅନ୍ତର୍ଗତ ଏହି ୪୩ଟି ଆସନରୁ ୨୦୧୬ ବିଧାନସଭା ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ୩୨ଟି ଆସନରେ ବିଜୟ ହାସଲ କରିଥିଲା।