(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ମରଣାତ୍ମକ ହିଂସାକାଣ୍ଡ । କୁଚବିହାରରେ ଭାରତୀୟ ଜନତା ପାର୍ଟି ଏବଂ ତୃଣମୁଳ କଂଗ୍ରେସ କର୍ମୀଙ୍କ ଭିତରେ ଗୋଷ୍ଟି ସଂଘର୍ଷ । ଗୁଳିମାଡରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
ସୂଚନାନୁସାରେ, ଗୋଷ୍ଠୀ ସଂଘର୍ଷ ପରେ ସେଠାର ଗାଁ ଲୋକମାନେ କେନ୍ଦ୍ରୀୟ ସୁରକ୍ଷାବାହିନୀଙ୍କ ଉପରେ ହାତ ଉଠାଇଥିଲେ ଏବଂ ଘେରାବନ୍ଦୀ କରି ରଖିଥିଲେ । ସେମାନଙ୍କ ରାଇଫଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ କେନ୍ଦ୍ରୀୟ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ । ଏଥିରେ ୪ ଜଣ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ନେଇ ନିର୍ବାଚନ ଆୟୋଗ ଜିଲ୍ଲାର ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ।