ବେକାରୀ ସମସ୍ୟାକୁ ନେଇ ବିଜେଡ଼଼ିର ଆନ୍ଦୋଳନ

(ରିପୋର୍ଟସ ଟୁଡେ): ବେକାରୀ ସମସ୍ୟାକୁ ନେଇ ବିଜେଡ଼଼ିର ଆନ୍ଦୋଳନ । ବିଭିନ୍ନ ପିଏସୟୁ ଏବଂ ପ୍ଲାଂଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଛନ୍ତି ବିଜେଡି କର୍ମୀ । ଭୁବନେଶ୍ୱର ଏବଂ ପାରାଦୀପରେ ଏପରି ଦୃଶ୍ୟମାନ ଦେଖିବାକୁ ମିଳିଛି । ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିଥିଲା । କ୍ଷମତାକୁ ଆସିବାପରେ ବର୍ଷକୁ ୨କୋଟି ହିସାବରେ ୫ବର୍ଷରେ ୧୦ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏହି ପ୍ରତିଶ୍ରୁତି ପାଳନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରହସନ ପାଳଟିଛି । ପ୍ରତିଶ୍ରୁତିରୁ ଗୋଟିଏ ବି ପାଳନ କରିନାହାନ୍ତି ସରକାର ।ରାଜ୍ୟର ଖଣିଜ ସମ୍ପଦର ବହୁଳ ବ୍ୟବହାର କରାଯାଉଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଇପାରିନାହାନ୍ତି ବୋଲି କହିଛି ବିଜେଡି । ତାହାର ପ୍ରତିବାଦ ସ୍ୱରୁପ ଦଳ ଆନ୍ଦୋଳନକୁ ଓହ୍ଲାଇଥିବା ବିଜେଡି ପକ୍ଷରୁ କୁହାଯାଇଛି ।