( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ଟାଉନ ହଲ୍ ଠାରେ ମହିଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋମ୍ୟରଞ୍ଜନ ପଟନାୟକ, କୁଳମଣି ସାମଲ ଏବଂ ସ୍ଥାନୀୟ ବିଧାୟକଙ୍କ ସମେତ ବିଜେଡିର ଶତାଧିକ ମହିଳା କର୍ମୀ ଯୋଗଦେଇଥିଲେ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ନିର୍ବାଚନୀ ପ୍ରଶିକ୍ଷଣ ଶିକ୍ଷା ସାଂସଦ ଦେଇଥିଲେ । ୫ମ ଥର ବିଜେଡି କିପରି କ୍ଷମତାକୁ ଆସିବ ସେଥିପାଇଁ ମହିଳା ମାନଙ୍କୁ ଶିକ୍ଷା ଦିଆଯାଇଥିଲା । ରାଜ୍ୟସରକାର ମହିଳା ପାଇଁ କରିଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା ।