ପାଞ୍ଚ ମାସ ପରେ ବାପାକୁ ଫେରି ପାଇଲା ପୁଅ

(ପଦ୍ମନାଭ ପାଣିଗ୍ରାହୀ/କନ୍ଧମାଳ): ପାଞ୍ଚ ମାସ ପରେ ବାପାଙ୍କୁ ଫେରି ପାଇଲା ପୁଅ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଏକ ପାଗଳ ପିପିଇ କିଟ ପିନ୍ଧି ବୁଲୁ ଥିବାର ଭିଡିଓ ନ୍ୟୁଜ୍ ଭାଇରାଲ ହୋଇଥିଲା । ଏହା ପରେ ତାଙ୍କ ପରିବାର ବର୍ଗ ତାଙ୍କ ପୁଅ ସୁମନ ପାତ୍ର ରାଇକିଆ ସ୍ବେଚ୍ଛାସେବୀ ସାହାରା ଅନୁଷ୍ଠାନର ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସାହାଯ୍ୟରେ ଫେରି ପାଇଛନ୍ତି । ତାଙ୍କ ପୁଅକୁ ଦେଖୀ ଭାବ ବିହ୍ୱଳ ହୋଇ ଯାଇଥିଲେ । ସ୍ବେଚ୍ଛାସେବୀମାନଙ୍କୁ ତାଙ୍କ ପୁଅ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୁଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସୁନାରେଡି ବ୍ଳକ ଲକ୍ଷ୍ମୀପୁର ଗ୍ରାମ ନୂଆ ସାହିର ତ୍ରିନାଥ ପାତ୍ର ପେପର ମିଲରେ ଚାକିରୀ କରୁଥିଲେ । ହେଲେ ସେ ସେଠାରୁ ଆସି କନ୍ଧମାଳ ରାଇକିଆରେ ପହଞ୍ଚିଥିଲେ । ତେବେ ସେ କିଛି ଦିନ ତଳେ ପିପିଇ କିଟ୍ ପିନ୍ଧି ଏଣେ ତେଣେ ବୁଲୁଥିବା ଖବର ମଧ୍ୟ ପ୍ରସାରଣ ହୋଇଥିଲା ଏବଂ ତାଙ୍କ ବିଷୟରେ କିଛି ସ୍ୱେଚ୍ଛାସେବୀ ଫେସବୁକରେ ତଥ୍ୟ ଦେଇଥିଲେ । ତ୍ରିନାଥଙ୍କ ପୁଅ ଫେସବୁକ୍ ରେ ଏବଂ ଖବର ମାଧ୍ୟମରେ ଏହା ଦେଖିବା ପରେ ଉକ୍ତ ସ୍ୱେଚ୍ଛାସେବୀ କର୍ମୀ ମାନଙ୍କ ସହ ଯୋଗାଯୋଗ କରିଥିଲେ । ତାପରେ ସେମାନଙ୍କ ସାହାଯ୍ୟରେ ପୁଅ ସୁମନ ପାତ୍ର ତାଙ୍କ ବାପା ତ୍ରିନାଥଙ୍କୁ ଫେରି ପାଇଥିଲେ ।