ଭୁବନେଶ୍ୱର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏଫଓ । ବଲାଙ୍ଗିର ପାଟଣାଗଡରେ କେନ୍ଦୁପତ୍ର ଫଡି ମରାମତି ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀ । ଡ଼ିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ସହାୟତାରେ ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କ ଠାରୁ ଏକଲକ୍ଷ ୬୬ ହଜାର ପିସି ମଗାଇଥିବା ଅଭିଯୋଗ ହୋଇଥିଲା। ଦେହୁରୀ ରେଞ୍ଜର ପାଖକୁ ଯାଇ ଉକ୍ତ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ପି.କେ କିଷାନ ଆଇଆଇସି ସଦାନନ୍ଦ ପାଣି ପ୍ରମୁଖ ଚଢାଉ କରିଥିଲେ। ଏହି ଟିମରେ ବଲାଙ୍ଗିର ବରଗଡ ସୋନପୁର ଓ ରାଉରକେଲା ଅଧିକାରୀ ମାନେ ଏହି ଚଢ଼ାଉରେ ସାମିଲ ଥିଲେ ।