ତିନି ଦିନ ଭିତରେ ସମସ୍ତ ସେବକଙ୍କ ସ୍ୱାବ ସଂଗ୍ରହ କାର୍ୟ୍ୟ ଶେଷ ହେବ

(ଜୟନ୍ତ ସେଠି/ ଗୋପ): ରଥ ନିର୍ମାଣ ଅଗ୍ରଗତି ଧୃତ ଗତିରେ ଆଗେଇ ଚାଲିଛି। ତିନି ରଥର ନିର୍ମାଣ କାର୍ୟ୍ୟ କୁ ଆଗେଇ ନେଉଛନ୍ତି ବିଶ୍ୱକର୍ମା ମାନେ । ବର୍ତ୍ତମାନ ସୁଦ୍ଧା ଚକ ର ୨୫ ଟି ତୁମ୍ବର ବିନ୍ଧ କାର୍ୟ୍ୟ ସରିଛି । ତିନି ରଥର ଛଅଟି ଚକର ପଇ ବିନ୍ଧ ସରି ଅର ସହିତ ପଇ ସଂଯୋଗ କରାଯାଇ କଳସା କରାଯାଇଛି । ଗୁଜ , ଜଳଯନ୍ତ୍ର , କୁଡୁକା କାମ ଚାଲିଛି । ଶୁକ୍ରବାର ଭଉଁରୀ ତିଥି ରେ ତିନି ରଥ ଚକ ଓ ଅଖ ଡେରା ହେବାର ବିଧି ରହିଛି। ଅନ୍ୟପଟେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏଥି ସହିତ କୋଭିଡ – ୧୯ ପରୀକ୍ଷା ପାଇଁ ସ୍ୱାବ କଲେକ୍ସନ ଆରମ୍ଭ ହୋଇଛି । ଆଜି ୫୫ ଜଣ ରଥ ନିର୍ମାଣ ସମ୍ପୃକ୍ତ ସେବକଙ୍କର ସ୍ୱାବ କଲେକ୍ସନ କରାଯାଇଛି । ତିନି ଦିନ ଭିତରେ ସମସ୍ତ ସେବକ ଙ୍କ ସ୍ୱାବ ସଂଗ୍ରହ କାର୍ୟ୍ୟ ଶେଷ ହେବ।