ବେଆଇନ ମଦ କାରବାରରେ ଗିଟୁ ଗିରଫ, ୧୮ ଲିଟରରୁ ଉର୍ଦ୍ଧ ମଦ ଜବତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବେଆଇନ ମଦ କାରବାରରେ ଗିଟୁ ଓ ତାର ସହଯୋଗୀ ଗିରଫ । ଦୁଇ ଜଣଙ୍କୁ ବରମୁଣ୍ଡା ଅଞ୍ଚଳରୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତାଙ୍କ ନିକଟରୁ ୧୮ ଲିଟରରୁ ଉର୍ଦ୍ଧ ମଦ ଜବତ କରିଛି ।

ସୁଚନାମୁତାବକ, ଆଜି ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରୁ ମଦ ଆଣି ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ବିକ୍ରି କରୁଥିବା ବେଳେ ଦୁଇ ଅଭିଯୁକୁକୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହ ଗୋଟିଏ କ୍ରେଟା ଗାଡି ଜବତ କରିଛି ପୋଲିସ । ଲକଡାଉନ ସମୟରେ ଗିଟୁ ଚୋରା ମଦ କାରବାର କରୁଥିବା ଖବର ପାଇ ଚଢାଉ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଚଢାଉ ସମୟରେ ଚୋରା ମଦ ସହ ଘଟଣାସ୍ଥଳରୁ ହିଁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ତେବେ ଏମାନଙ୍କ ସହ ଆଉ କାହାର ଲିଙ୍କ ଥିବା ନେଇ ପୋଲିସ ଛାନଭିନ ଚଳାଇଛି ।