ବଡଚଣା ଆଇଆଇସି ପ୍ରସଙ୍ଗରେ ପୁରୀ ପୂଜା ପଣ୍ଡା ଅଟକ

(ପୋଟର୍ସ ଟୁଡେ/ଭୁବନେଶ୍ୱର): ପୁରି ଶ୍ରୀ ମନ୍ଦିରକୁ ଦକ୍ଷିଣ ଦ୍ୱାର ଦେଇ ଯାଜପୁର ବଡଚଣା ଆଇଆଇସି ଧସେଇ ପସିବା ଘଟଣାରେ ପୁରୀ ବଡ ପଣ୍ଡା ଅଟକ । ଆଇଆଇସି ଦୀପକ ଜେନାଙ୍କୁ ଚାକିରିରୁ ନିଲମ୍ବିତ କରିବା ପରେ ତାଙ୍କ ନାଁରେ ପୁରୀ ସିଂହ ଦ୍ୱାର ଥାନାରେ ଏତଲା କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହା ସହ ଏକ ଚୋରା ଗାଡିରେ ନାଲି ବତି ଲଗାଇ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ମହଙ୍ଗା ପଡିଛି ପୋଲିସ ବାବୁଙ୍କୁ । ଚାକିରିରୁ ଦୀପକ ଜେନାଙ୍କ ୁ ନିଲମ୍ବିତ କରିବା ପରେ ଏବେ ପୁରୀ ବଡ ପଣ୍ଡାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଘଟଣାନୁଯାୟୀ, ରବିବାର ଦିନ କଟକଣା ସତ୍ୱେ ଯାଜପୁର ବଡଚଣା ଆଇଆଇସି ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦକ୍ଷିଣ ଦ୍ୱାର ଦେଇ ଜବରଦସ୍ତ ଦର୍ଶନ କରିଥିଲେ । ଲକଡାଉନ ପାଇଁ କଟକଣା ହୋଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଶ୍ରୀ ମନ୍ଦିର ଡ୍ୟୁଟିରେ ଥିବା ହାବିଲଦାର । କିନ୍ତୁ ତାଙ୍କୁ ସେଠାରେ ମାନି ନ ଥିଲେ ଦବଙ୍ଗ ଆଇଆଇସି । ସବୁଠୁ ବଡ କଥା ହେଉଛି ଏକ ଚୋରୋ ସ୍କର୍ପିଓ ଗାଡିରେ ନାଲି ବତି ଲଗାଇ ପରିବାର ସହ ପୁରୀ ଯାଇଥିଲେ । ଏ ନେଇ ସ୍କର୍ପିଓ ଗାଡି ଚୋରୀ ହୋଇଥିବା ପୂର୍ବରୁ ଗାଡି ମାଲିକ ଚଣ୍ଡିଖୋଲ ଥାନାରେ ଅଭିଯୋଗ କରିଥିଲେ । ହେଲେ ଗାଡି ମିଳିବା ପରେ ଖୋଦ ଆଇଆଇସି ଗାଡିରେ ନାଲି ବତି ଲଗାଇବା ସହ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଥିଲେ । ଏ ନେଇ ଟୁଇଟ ମାଧ୍ୟମରେ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଆଇଆଇସି ଦୀପକ ଜେନାଙ୍କୁ ମାହାପ୍ରଭୁଙ୍କୁ ଦର୍ଶନ କରିବାରେ ସହଯୋଗ କରିଥିବା ପୂଜାପଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁରୀ ସିଂହଦ୍ୱାର ଥାନା ପୋଲିସ । ତାଲା ବନ୍ଦ ନିୟମ ଉଲଙ୍ଘନ କରିଥିବା ଥାନା ବାବୁଙ୍କୁ ନିଲମ୍ବିତ କରାଯାଇଥିବା ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପୋଲିସ ଡିଜିପି ଶ୍ରୀ ଅଭୟ ।