(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ ପୋଲିସର କଡା ପଦକ୍ଷେପ । ଘରେ ଅତ୍ୟାଚାର ହେଉଥିବା ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ନେଇଛି ଏଭଳି ପଦକ୍ଷେପ । ଏଥିପାଇଁ ସବୁ ଥାନାରେ ଜାରୀ ହେବନମ୍ବର । କୌଣସି ଘରେ ଯଦି ମହିଳା ନିର୍ଯ୍ୟାତିତ ହେଉଥିବେ ତାହାଲେ ସଙ୍ଗେ ସଙ୍ଗେ ଥାନାକୁ କଲ କରିବେ । ଖବର ପାଇବା ପରେ ପୋଲିସ ଘରେ ପହଞ୍ଚିବ । ସେଠାରେ ପୋଲିସ ଘଟଣାର ତର୍ଜମା କରିବେ । ଯଦି ଘଟଣାର ସମାଧାନ ଘରେ ନ ହେଲା ତାହାଲେ ପୋଲିସ ମାମଲା ରୁଜୁ କରିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ବର୍ତମାନ ସାରା ରାଜ୍ୟ ଲକଡାଉନ ହୋଇଥିବା ବେଳେ ବିଶେଷ କରି ମହିଳାମାନେ ନିଜ ଘରେ ସୁରକ୍ଷିତ ନ ଥିବା ସୂଚନା ମିଳିଛି । ଗତ ସପ୍ତାହ ଭିତରେ କିଛି ମହିଳା ହିଂସାରେ ଶିକାର ହେଉଥିବାର ମାମଲା ଦ୍ରୃତ ଗତୀରେ ବଢୁଛି । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।