ଫେବୃୟାରୀ ୨ରୁ କଲ୍ୟାଣ ମଣ୍ଡପରେ ତାଲା

(ମମତା ସାମଲ)ରିପୋର୍ଟସଟୁଡେ: ବିଏମସି ଓ ବିଡିଏ ଟାର୍ଗେଟରେ ୮୦ କଲ୍ୟାଣ ମଣ୍ଡପ ରହିଛି । ବିଲ୍ଡିଂ ପ୍ଲାନିଂ ଅନୁମୋଦନ ହୋଇନଥିବା,ହୋଲ୍ଡଂ ଟିକସ ଦେଉନଥିବା ତଥା ମଣ୍ଡପରେ ପାର୍କିଂ ସୁବିଧା ନଥିବାରୁ ଏହି ମଣ୍ଡପ ସବୁ ସିଲ କରିବାକୁ ନିର୍ଦ୍ଦେଶ ରହିଛି । ଫେୃବୟାରୀ ୨ ତାରିଖରୁ ୬ତାରିଖ ମଧ୍ୟରେ ଏହି ସବୁ ମଣ୍ଡପ ସିଲ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଏହି କାର୍ଯ୍ୟ କରିବେ । କେଉଁଦିନ କେଉଁ କଲ୍ୟାଣ ମଣ୍ଡପ ସିଲ କରାଯାଉଛି ତାହାର ତାଲିକା ପ୍ରସ୍ତୁତ କରି ବିଏମସି କମିସନରଙ୍କ ନିକଟରେ ଦାଖଲ କରିବାକୁ ଜୋନାଲ ଡେପୁଟି କମିସନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀର ମୋଟ ୯୪ ଟି କଲ୍ୟାଣ ମଣ୍ଡପ ରହିଛି । ସେଥିମଧ୍ୟରୁ ୮୦ଟି ମଣ୍ଡପ ତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି । ତାଲିକା ଭୁକ୍ତ ହୋଇଥିବା ୮୦ଟି ମଣ୍ଡପ ବେଆଇନ ଭାବେ ଚାଲିଥିବା ଏକ ସର୍ଭେରୁ ଜଣାପଡିଥିଲା । ତେଣୁ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ସଜାଡିବାକୁ ଏକମାସ ସମୟ ଦିଆଯାଇଥିଲା । କିନ୍ତୁ ସେମାନେ ବିଏମସି ଓ ବିଡିଏ ନିର୍ଦ୍ଦଷାକୁ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଏହାସହ ସିଲ ହେବା ମମଣ୍ଡପଗୁଡିକରେ ଯଦି କେହି କୌଣସି ସାମାଜିକ କାର୍ଯ୍ୟ ପାଇଁ ବୁକିଂ କରିଥିବେ ତେବେ ଏଥିପ୍ରତି ବିଏମସି ଓ ବିଡିଏ ଦାୟୀ ରହିବେ ନାହିଁ । ଯେଉଁ ମଣ୍ଡପ ନିୟମମାନି ନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ସମସ୍ତ କଲ୍ୟାଣ ମଣ୍ଡପ ନିଜର ପାର୍କିଂ ବ୍ୟବସ୍ଥା,ଟ୍ରେଡ ଲାଇସେନ୍ସ,ହୋଲ୍ଡିଂ ଟ୍ୟାକ୍ସ ଓ ବାହାରୁ ଥିବା ଆବର୍ଜନାକୁ କମ୍ପାଷ୍ଟ କରିବା ବ୍ୟବସ୍ଥା କରିବା ପରେ ଯାଇ ମଣ୍ଡପ ଚଲାଇବାକୁ ଅନୁମତି ଦିଆଯିବ । ଏହା ବାଦ କଲ୍ୟାଣ ମଣ୍ଡପରୁ ବାହାରୁଥବବା ଶୋଭାଯାତ୍ରା କେଉଁଠି ଯିବ ସେନେଇ ରୁଟ ସ୍ଥିତ ହେବ । ସର୍ବାଧିକ କେତେ ବାଟ ଶୋଭାଯାତ୍ରା ଯାଇପାରିବ ସେନେଇ ମଧ୍ୟ ଦୂରତା ଧାର୍ଯ୍ୟ ହେବ । ଏବେ କମିସନରେଟ ପୋଲିସ ପକ୍ଷରୁ ଯେଉଁଭଳି ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଉୁଛି ସେପରି ଦିଆଯିବ ନାହିଁ । ଶୋଭାଯାତ୍ରା କେଉଁ ରୁଟରେ ଆସିବ ତାହାର ମ୍ୟାପ ଗୁଗୁଲ ମ୍ୟାପରୁ ଡାଉନଲୋଡ କରି ଆବେଦନ ପତ୍ରରେ ଦେବାକୁୁ ପଡିବ ।
ଏହାକୁ ବିଏମସି ଓ କମିସନରେଟ ପୋଲିସ ଅନୁମୋଦନ କରିେବେ । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି କଲ୍ୟାଣ ମଣ୍ଡପ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ନଥିଲା ତେବେ ପୂର୍ବରୁ ମଣ୍ଡପକୁ ଅନୁମତି ମିଳିଥିଲା କିପରି ? ବିଡିଏ ଓ ବିଏମସିକୁ ନଜଣାଇ ମଣ୍ଡପ ମାଲିକ ମନମାନି କରୁଥିଲେ କି? ବିଡିଏ ବିଏମସି ଓ ମଣ୍ଡପ ମାଲିକଙ୍କୁ ଲୁଚିକାଳି ଖେଳରେ ସାଧାରଣ ଜନତା ବଳିପଡିବେକି ? ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।