ନିର୍ଭୟା କାଣ୍ଡ: ଫାଶୀ ପାଇଁ ବାକି ରହିଲା ୩ ଦିନ

(ପ୍ରମିତ ପ୍ରମଥେଶ) ରିପୋର୍ଟସ ଟୁଡ଼େ: ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କ ଫାଶୀ ପାଇଁ ବାକି ରହିଲା ଆଉ ମାତ୍ର ତିନି ଦିନ। ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ। ତିହାର ଜେଲ ପ୍ରଶାସନ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିବା ସୂଚନା ମିଳିଛି। ଫାଶୀ ପୂର୍ବରୁ ଶେଷଥର ପାଇଁ ୪ଜଣ ଦୋଷୀଙ୍କୁ ସେମାନଙ୍କ ପରିବାରଲୋଙ୍କ ସହିତ ଗତକାଲି ଭେଟ କରାଯାଇଥିଲା।

ଫାଶୀ ତାରିଖ ପାଖେଇ ଆସୁଥିବାବେଳେ ୪ଜଣ ଦୋଷୀ ମୁକେଶ ସିଂହ, ବିନୟ, ଅକ୍ଷୟ ଓ ପବନ ଗୁପ୍ତା ଦଣ୍ଡରୁ ବଞ୍ଚିବା ପାଇଁ  ଚେଷ୍ଟା ଜାରି ରଖିଛନ୍ତି। ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ପୂର୍ବରୁ ହିଁ ଖାରଜ କରି ଦିଆଯାଇଛି।

ଏହାକୁ ନେଇ ମୁକେଶ ଡେଥ୍‌ ୱାରେଣ୍ଟ୍‌କୁ ଟାଳିବା ଏବଂ ରାଷ୍ଟ୍ରପତିଙ୍କ ଦ୍ଵାରା କ୍ଷମା ଆବେଦନକୁ ଖାରଜ କରାଯିବା ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛି। ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ଆଜି ରାୟ ଶୁଣାଇବେ। ସେହିପରି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଗତମଙ୍ଗଳବାର କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବା ବେଳେ ଦୋଷୀ ବିନୟ ଆଜି ରାଜକ୍ଷମା ଆବେଦନ କରିବ।