ପିଲାଙ୍କୁ କିପରି ଶିଖାଇବେ ଅନୁଶାସନ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପିଲାଙ୍କର ଭବିଷ୍ୟତକୁ ଅନୁଶାସିତ କରିବା ପାଇଁ ମା – ବାପାଙ୍କର ପ୍ରମୁଖ ଭୂମିକା ରହିଛି । ପିଲା ଛୋଟ ଥିବା ଅବସ୍ଥାରେ ମାତା ପିତା ତାଙ୍କର ସବୁ କାମ କରିଥାନ୍ତି । ତାଙ୍କର ଖେଳନା ଠିକ ଜାଗାରେ ରଖିବା , ବେଡ଼ , ସଜାଡ଼ିବା , ବହି ପଡ଼ି ଯାଇଛି ତାକୁ ସଜାଡ଼ି ରଖିବା , ରୁମକୁ ସଫା କରିବା ଏବଂ ଆଉ କେତେ କ’ଣ କାମ । ହେଲେ ବୟସ ବଢିବା ସହ ପିଲାମାନେ କିପରି ନିଜ କାମ ନିଜେ କରିପାରିବେ ସେ ନେଇ ସେମାନଙ୍କୁ ଶିଖାଇବା ଦରକାର । ତା’ ସହ ସେମାନଙ୍କର ଜୀବନଶୈଳୀ କିପରି ଶୃଙ୍ଖଳିତ ହେବ ସେ ନେଇ ମା – ବାପା ଯତ୍ନାବାନ ହେବା ସହ ସେମାନଙ୍କୁ ବୁଝାଇବା ଆବଶ୍ୟକ ।
ସମୟ ଅନୁସାରେ କାମ: ନିଜ ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବାକୁ ହେଲେ ପିଲାମାନେ ପ୍ରଥମେ ସମୟ ଅନୁଯାୟୀ କାମ କରିବାର ଆବଶ୍ୟତକା ରହିଛି । ସମୟର ମୂଲ୍ୟବୋଧ ମେସାନଙ୍କୁ ଶିଖାନ୍ତୁ । ଏହାଦ୍ୱାରା ସେମାନେ ନିଜ କାମକୁ ନିଜ ସୁଚାରୁରୂପେ ସମ୍ପାଦନ କରିପାରିବେ ।
ଦାୟିତ୍ୱବୋଧ: ପିଲାମାନେ ବୟସ ବଢିବା ସହ ସେମାନଙ୍କର ଦାୟିତ୍ୱବୋଧ ବଢିଥାଏ । ନିଜ କାମ ନିଜେ କରିବା , ନିଜର ଅସୁବିଧା ମା – ବାପାଙ୍କୁ କହିବା ଏବଂ ତାହାର ସମାଧାନ କରିବା ବିଷୟରେ ସେମାନେ ଅବଗତ ହେବା ଦରକାର । ନିଜ ଦାୟିତ୍ୱ ପ୍ରତି ଅବହେଳା କଲେ ତାହାର ପ୍ରଭାବ ନିଜ ପାଠପଢା ଏବଂ କ୍ୟାରିୟର ଉପରେ ପଡ଼ିଥାଏ ।
ବ୍ୟବହାର : ନିଜକୁ ପ୍ରଶଂସାଭାଜନ କରିବା ପଛରେ ପିଲାଟିର ଆଚାର ବ୍ୟବହାରର ଭୁମିକା ରହିଛି । ଗୁରୁଜୁନଙ୍କୁ ସମ୍ମାନ ଦେବା, କାହା ସହ କିପରି କଥା ହେବା ସାମାନ୍ୟ କଥାରେ ଉତ୍ତେଜିତ ନ ହୋଇ ଶାନ୍ତ ସରଳ ଭାବରେ ତାହାକୁ ସମାଧାନ କରିବା ବିଷୟରେ ପିଲା ଜାଣିବା ଦରକାର । ଯଦି ଏଥିରେ କିଛି ଫରକ ଅନୁଭବ କରୁଛନ୍ତି ତେବେ ପିଲାଟିର ଏ ନେଇ ଶିଖାଇବାକୁ ଭୁଲନ୍ତୁ ନାହିଁ ।
ଅଭ୍ୟାସ: ପିଲାମାନେ ଯେ ମନକୁ ମନ ସବୁକଥା ଶିଖିଯିବେ ଭାବନା ପ୍ରଥମେ ମା – ବାପା ନିଜ ମନରୁ ଦୂର କରିବା ଆବଶ୍ୟକ । ନିଜ କାମ ନିଜେ କରିବା , ଭଲ କଥା ଶିଖିବାକୁ ସେମାନେ କିପରି ଅଭ୍ୟାସ କରିବେ ତାହା ଆରମ୍ଭରୁ ହିଁ ଶିଖାଇବା ଦରକାର । ଛୋଟ ପିଲା ଯେତେବେଳେ ଖେଳଣା ଖେଳୁଚି ସେତେବେଳେ ତାକୁ ଖେଳଣା ଖେଳିବା ପରେ ତାକୁ ସଜାଡ଼ି ରଖିବା ଲାଗି କୁହନ୍ତୁ । କାମ ଛୋଟ ହେଉ ନା କାହିଁକି ତାକୁ ଏପରି ଅଭ୍ୟାସ କାରାନ୍ତୁ ଯେପରି ସମୟକ୍ରମେ ତାହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯିବ ।