(ମମତା ସାମଲ)ରିପୋର୍ଟସଟୁଡେ: ୨୦୧୬ ମସିହା ନଭେମ୍ବର ୬ ତାରିଖରେ ସାରା ଦେଶରେ ନୋଟ ବନ୍ଦୀ ହେବା ପରେ ନୂଆ ୫୦୦ ଓ ୨୦୦୦ ଟଙ୍କାର ପ୍ରଚଳନ ଆରମ୍ଭ ହୋଇଛି । ଏଥିସହ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରି ଦେଇଛନ୍ତି ସରକାର । କଳାଧନର ନେଣେଦେଣ ତଥା ଆତଙ୍କବାଦୀମାନେ ଚଳାଇଥିବା ଟଙ୍କା ଚାଲାଣକୁ ରୋକିବା ପାଇଁ ମୋଦି ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ ।
ସେତେବେଳେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ଯେ ୫୦୦ ଓ ୨୦୦୦ ଟଙ୍କିଆରେ ଅନେକଗୁଡ଼ିକ ସିକ୍ୟୁରିଟି ଫିଚର ରହିଥିବାରୁ ଏହାକୁ କପି କରିବା ଅସମ୍ଭବ। କିନ୍ତୁ ୩ ବର୍ଷ ପରେ ସରକାର ନିଜେ ହିଁ କହିଥିଲେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ର ମଧ୍ୟ ନକଲି ନୋଟ୍ କରାଯାଇପାରିବ। ଗତ କିଛି ଦିନ ମଧ୍ୟରେ ସବୁଠାରୁ ଅଧିକ ନକଲି ୨୦୦୦ ଟଙ୍କିଆ ନୋଟ୍ ଧରାପଡ଼ିଛି। ଲୋକମାନେ ଅସଲି ଟଙ୍କା ଚିହ୍ନିପାରୁନଥିବାରୁ ଏଭଳି ନକଲି ନୋଟ୍ର କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।
ତେବେ ଆସନ୍ତୁ ଜାଣିବା ୨୦୦୦ ଟଙ୍କିଆ ନୋଟ୍ ଅସଲି କି ନକଲି ଚିହ୍ନିବା ଉପାୟଟ୍ଟ
• ନୋଟ୍କୁ ଲାଇଟ୍ ସାମ୍ନାରେ ରଖିଲେ ଏହାର ଖାଲି ସ୍ଥାନରେ ୨୦୦୦ ଲେଖାଯାଇଥିବା ଦେଖିବାକୁ ମିଳିବ।
• ଆଖି ସାମ୍ନାରେ ୪୫ ହିଗ୍ରୀ ଆଙ୍ଗେଲରେ ରଖିଲେ ୨୦୦୦ ଲେଖାଥିବା ଦେଖିପାରିବେ।
• ନୋଟ୍ ମଝିରେ ମହାତ୍ମାଗାନ୍ଧୀଙ୍କ ଫଟୋ ରହିଛି।
• ଛୋଟ ଛୋଟ ଅକ୍ଷରରେ ଜଈଓ ଓ ୨୦୦୦ ଲେଖାଅଛି।
• ନୋଟ୍ର ଡାହାଣ ପଟେ ଏକ ଅଶୋକ ସ୍ତମ୍ଭ ରହିଛି।
• ସିକ୍ୟୁରିଟି ଥ୍ରେଡ୍ରେ ଭାରତ, ଜଈଓ ଓ ୨୦୦୦ ଲେଖାଅଛି। ନୋଟ୍କୁ ହାଲକା ଏପଟସେପଟ କଲେ ସିକ୍ୟୁରିଟି ଥ୍ରେଡ୍ର ରଙ୍ଗ ସବୁଜରୁ ନୀଳ ହୋଇଯିବ।
• ନୋଟ୍ର ଡାହାଣ ପଟେ ଗ୍ୟାରେଣ୍ଟି କ୍ଲଜ୍, ଗଭର୍ଣ୍ଣରଙ୍କ ସ୍ୱାକ୍ଷର, ପ୍ରମିଜ୍ କ୍ଲଜ୍ ଓ ଆର୍ବିଆଇର ଲୋଗୋ ରହିଥାଏ।
• ଏଠାରେ ମହାତ୍ମାଗାନ୍ଧୀଙ୍କ ଫଟୋ ଓ ଇଲେକ୍ଟ୍ରୋଟାଇପ୍ (୨୦୦୦) ଓ୍ଵାଟର ମାର୍କ ରହିଛି।
• ନୋଟ୍ର ବାମ ପଟ ଉପରେ ଓ ଡାହାଣ ପରେ ତଳେ ଲେଖାଯାଇଥିବା ନମ୍ବର ବାମରୁ ଡାହାଣକୁ ସାନରୁ ବଡ଼ ଆକାରରେ ରହିଥାଏ।
• ଏଠାରେ ଲେଖାଥିବା ୨୦୦୦ ର ରଙ୍ଗ ମଧ୍ୟ ସାମାନ୍ୟ ଏପଟ ସେପଟ କଲେ ସବୁଜରୁ ନୀଳ ହୋଇଯାଏ।