ଘରେ କାହିଁକି ରଖନ୍ତି ବଂଶୀ

(ରିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ): ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ । ଘରେ ବଂଶୀ ରଖିବା ଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ । ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସଦଭାବନା ବଢାଇଥାଏ । ଘରେ ବଂଶୀ ରଖି ଆପଣ ନିଜ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଘରେ ବଂଶୀ ରଖିବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ ।
ବ୍ୟବସାୟର ଉନ୍ନତି ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏକ କାଠି ନିର୍ମିତ ବଂଶୀକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପୂଜା କରି ଦୋକାନ କିମ୍ବା ଅଫିସର ଛାତ ଉପରେ ଟାଙ୍ଗି ଦିଅନ୍ତୁ ।
ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ଼ରୁମରେ ଛାତରେ ବିମ ଅଛି କି ନାହିଁ । ଯଦି ହିଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମର ଦୁଇ ପାଶ୍ୱର୍ରେ ଲାଲ ଫିତା ସାହାର୍ଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ । ମେନ ରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ଼ ଅଡ଼କୁ ରହିବ ।
ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ । ଏହା ଦ୍ୱାରା ଘରକୁ ଳକ୍ଷ୍ମୀ ଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ ।
ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇପାନଥାନ୍ତି , ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ । ବାଉଁଶରେ ତିଆରି ଏକ ବଂଶୀ ପାଖରେ ରହିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ୱାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ ।
ଯଦି କୌଣସି ଯୁବତୀଙ୍କର ବାହାଘର ବାରମ୍ବାର ଭାଙ୍ଗିଯାଉଥାଏ ବା ବାହାଘର ବେହାରେ ବିଳମ୍ବ ହୋଇଥାଏ ତେବେ ବେଡ଼ ପାଖରେ ଅବା ତକିଆ ତେଲ ଲାଲ ରଙ୍ଗର ବଂଶୀ ରଖନ୍ତୁ । ଖୁବ ଶୀଘ୍ର ମନ ପସନ୍ଦର ଜୀବନ ସାଥୀ ମିଳିବେ ।