ଜାତୀୟ ଜଙ୍ଗଲ ରିପୋର୍ଟ,୨ବର୍ଷରେ ୫ହଜାର୧୮୮କି.ମି ଜଙ୍ଗଲ ବୃଦ୍ଧି

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ୍ ରିପୋର୍ଟ-୨୦୧୯ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଦେଶ କ୍ଷେତ୍ରଫଳର ୨୪.୫୬% ଅଞ୍ଚଳରେ ଜଙ୍ଗଲ ଅଛି । ଗତ ୨ ବର୍ଷ ମଧ୍ୟରେ ଦେଶର ଜଙ୍ଗଲ ୫ ହଜାର ୧୮୮କିମି ବଢ଼ିଛି। ସେଥିମଧ୍ୟରେ ୩ ହଜାର ୯୭୬ର ଜଙ୍ଗଲ ପରିସୀମା ଥିବାବେଳେ ହଜାରେ ୨୧୨ ବର୍ଗ କିମିର ବୃକ୍ଷ ପରିସୀମା ରହିଛି। ଜଙ୍ଗଲ ସୃଷ୍ଟିରେ ଅଗ୍ରଣୀ ହେଉଛି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ କେରଳ । ଏହାସହ ଦେଶର ୫୪ବର୍ଗକିମି ଅଧିକ ଅଞ୍ଚଳରେ ସୃଷ୍ଟି ହୋଇଛି ହେନ୍ତାଳ ବଣ । ୨ବର୍ଷରେ ଓଡ଼ିଶାରେ ସୃଷ୍ଟି ହୋଇଛି ଅଧିକ ୮ବର୍ଗ କିମି ହେନ୍ତାଳ ବଣ । ତେବେ ଆସାମ, ତ୍ରିପୁରା ଆଦି ଉତ୍ତରପୂର୍ବ ରାଜ୍ୟରେ ଜଙ୍ଗଲ ପରିସୀମା କମିଥିବା ରିପୋର୍ଟରେ ଦର୍ଶାଯାଇଛି। ଏସବୁ ଅଞ୍ଚଳରେ ୨୦୧୭ଠାରୁ ଗତ ୨ ବର୍ଷ ମଧ୍ୟରେ ୭୬୫ ବର୍ଗ କିମି ଜଙ୍ଗଲ ନଷ୍ଟ ହୋଇଛି। ଇତିମଧ୍ୟରେ ଦେଶର ସୁନ୍ଦରୀବନ ୫୪ ବର୍ଗ କିମି ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି।