(ସୌମ୍ୟ ରଂଜନ ସେଠୀ) : ମା ର ମମତା ଅତୁଳନୀୟ , ମା ର ପଣତ ତଳେ ସନ୍ତାନ ନିଜକୁ ସୁରକ୍ଷିତ ମନେକରେ । କିନ୍ତୁ ସେଇ ମା ପୁଅର ଅତ୍ୟାଚାର ଆଜି ସହିନପାରି ନିଜ ଜନ୍ମିତ ପୁଅକୁ କୋଦାଳରେ ହାଣି ହତ୍ୟା କଲା । ଘଟଣାଟି ହେମଗିରି ଥାନା ଅନ୍ତର୍ଗତ ଟପରିଆ ଗ୍ରାମରେ । ପ୍ରକାଶ ଯେ, କୁଶମନ ବଢେକ୍ ନାମକ ଜଣେ ଯୁବକ ପ୍ରତିଦିନ ମଦ ପିଇ ଘରକୁ ଆସି ମାଆ ଗୁରୁବାରୀ ବଢେକଙ୍କ ଉପରେ ଅତ୍ୟାଚାର କରୁଥିଲେ । ସେଥିପାଇଁ ଅତିଷ୍ଠ ହୋଇ ଗୁରୁବାରୀ ନିଜ ଭଉଣୀ ଘରେ ରହୁଥିଲେ । ନୂଆଖାଇ ପାଳନ ପାଇ ସେ ଘରକୁ ଆସିଥିବା ବେଳେ ଗତକାଲି ସକାଳୁ ମାଆଙ୍କ ସହିତ ଅସହ୍ୟ ଝଗଡା କରିଥିଲେ । କାଲି ରାତିରେ କୁଶମନ୍ ଘରେ ଶୋଇଥିବା ବେଳେ ଏକ ଗୁରୁବାରୀ ଏକ କୋଦାଳ ସାହାଯ୍ୟରେ ତାଙ୍କ ବେକକୁ ଚୋଟେ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ସମୟରେ ଘରେ କୁଶମନଙ୍କ ପତ୍ନୀ ଓ ଝିଅ ଘରେ ନଥିଲେ । ପୋଲିସ ଖବର ପାଇ ଘଟଣା ଜାଗାରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଗୁରୁବାରୀଙ୍କୁ ଗିରଫ କରିଥିଲେ ।