ଓପିଟିସିଏଲରେ ନବ ନିଯୁକ୍ତ ଇଂଜିନିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

(ଅନୁସ୍ୱୟା) ଆଜି ଜୟଦେବ ଭବନ ଠାରେ ଓପିଟିସିଏଲ ର ନବ ନିଯୁକ୍ତ ଇଂଜିନିୟରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଓ ନୂତନ କର୍ମଚାରୀ ମାନଙ୍କୁ ଥ୍ରୀ-ଟ ମନ୍ତ୍ର ତଥା ଟିମ ୱାର୍କ ଟ୍ରାନ୍ସପେରେନ୍ସି ଏବଂ ଟେକ୍ନୋଲଜିର ବାର୍ତ୍ତା ଦେଇଥିଲେ ।ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛନ୍ତି ବୋଲି କହିଥିଲେ ।
୨୦୧୦ ମସିହାରୁ ଓପିଟିସିଏଲ ବିଭିନ୍ନ ବିଭାଗରେ ୧୭୬୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛି । ସରକାରଙ୍କ ବହୁ ଗୁରୁ୍୍ତ୍ୱପୂର୍ଣ୍ଣ ଯୋଜନାରେ ନିଜର ଦକ୍ଷତ । ଦେଖାଇଛିା ଓଡ଼ିଶା ବିଦ୍ୟୁତ ବିତରଣ ସୁଦୃଢୀକରଣ,ଆମ ଘରେ ଏଲ.ଇ.ଡ଼ି,ଏବଂ ବିଜୂ ଗ୍ରାମ ଜ୍ୟୋତି ।
ଓପିଟିସିଏଲରେ ସପ୍ତମ ବେତନ ସୁପାରିସ ଲାଗୁ କରିବା ସହ ଖାଲିପଡ଼ିଥିବା ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଥିଲେ । ଓପିଟିସିଏଲ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିପାରିଛି ବୋଲି ଶ୍ରୀ ସେନାପତି କହିଥିଲେ ।