ଗତ ୩ ବର୍ଷରେ ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ ଟି ରାସ୍ତା ନିର୍ମାଣ ହୋଇଛି : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ଗତ ୩ ବର୍ଷରେ (୨୦୨୦-୨୦୨୩) ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ ଟି ରାସ୍ତା ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ଟି ରାସ୍ତା ନିର୍ମାଣ ହୋଇଛି। ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ ଟି ରାସ୍ତାର ମରାମତି ପାଇଁ ୩୯ .୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ରାଜ୍ୟର ଅନ୍ୟ ୬୬୨୪ ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ତିନି ବର୍ଷରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ ଟି ବିଜୁ ସେତୁ ନିର୍ମାଣ ହୋଇଛି। ୨୦୨୩-୨୪ ବର୍ଷରେ ୫୨୬ ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ |