ପୁରୀ/ ସଞ୍ଜୟ ମହାପାତ୍ର୍ର: ପୁରୀରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ତେବେ ପ୍ରତି ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଭି. କେ ପାଣ୍ଡିଆନ। ହେଲେ କିଛି ବିଶେଷ ଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା ପୂର୍ବରୁ ନଜିର ରହିଛି। ତେବେ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜିର ଦର୍ଶନ ନିଶ୍ଚିତ ଓଡିଶା ପାଇଁ ଏକ ଖୁସିର ମୁହୂର୍ତ୍ତ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଜଗମୋହନ ଓ ନାଟ ମଣ୍ଡମ ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ରାଜ୍ୟ ପାଇଁ କିଛି ବିଶେଷ କାର୍ଯ୍ୟ ରହିଥିଲେ ସେହିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ସୂଚନା ମିଳିଛି। ଭିକେ ପାଣ୍ଡିଆନଙ୍କ ସହ ଯାଇଥିଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ସୁଭାଷିସ ଖୁଣ୍ଟିଆ।