ଭୁବନେଶ୍ୱର: ଦେଶରେ କମୁଥିବା ବେଳେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୨ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । କିଛି ଦିନ ହେବ ରାଜ୍ୟରେ ମୁଣ୍ଡ ବ୍ୟଥାର କାରଣ ସାଜିଛି ।ଏବେ ରାଜ୍ୟରେ ୩୨୭୦ ଟି ସଂକ୍ରମିତ ମାମଲା ରହିଥିବା ବେଳେ ୩୫୭ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ଠାରୁ ସଂକ୍ରମିତ ହାର ଅଧିକ ବଢୁଛି ଯାହା ଚିନ୍ତାର ବିଷୟ ସୃଷ୍ଟି କରିଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ରାଜ୍ୟରେ ନୁହେଁ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୬୨୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଥଛି । ସେହିଭଳି ଦେଶରେ କରୋନାରେ ଗତ ୨୪ ଘଣ୍ଟାରେ ୨୯ ଜଣଙ୍କର ଜୀବନ ନେଇଥବାବେଳେ ୧୧୯୬୭ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଗତ ଏପ୍ରିଲ ୨୩ରେ ଦେଶରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।