ଖଲ୍ଲିକୋଟ : ବାଣ ଭିଡିବା ବେଳେ ବିସ୍ଫୋରଣ । ବାଣ ବିସ୍ଫୋରଣରେ ୪ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ୪ ନାବାଳକଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମାଣିକପୁର ଗାଁରେ ଘଟିଛି ଘଟଣା । ଗାଁରେ ଜଣଙ୍କ ଘରେ ବାଣ ଭିଡ଼ା ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଘଟଣାରେ ଆହତ ୪ ଜଣଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇବା ପରେ ଖଲ୍ଲିକୋଟ ପୋଲିସ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ ।