ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

(ଶିଳାସ୍ମିତା ରାୟ)ଭୁବନେଶ୍ୱର: ଆଜି ବାରଙ୍ଗରେ ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବାରଙ୍ଗ ଅନ୍ତର୍ଗତ ରତାଗଡଠାରେ ଏହି ହସ୍ପିଟାଲର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଟାଟା ଗ୍ରୁପ ଓ ଓଡିଶା ସରକାରଙ୍କ ଦ୍ୱାରା ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନିର୍ମିତ ହେବାକୁ ଯାଉଛି ।