ପୁରୀ: ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼, ଫେରାର ଥିବା ୩ ଦୁର୍ବୃତ୍ତ ଗିରଫ | ନିମାପଡ଼ା ଅରିଷଣ୍ଢ ଡଗରାସାହି ଗହିରରୁ ଧରାପଡିଲେ ୩ ଦୁର୍ବୃତ୍ତ | ଗାଡ଼ି ଛାଡ଼ି ଫେରାର ଉଦ୍ୟମ ବେଳେ ଧରିଲା ପୋଲିସ | ଗ୍ରାମବାସୀଙ୍କ ସହଯୋଗରେ ଗିରଫ କରିଛି ପୋଲିସ । ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ବଚସା ପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।
ଆକ୍ରମଣରେ ଜଣେ ଟୋଲ୍ କର୍ମଚାରୀ ଆହତ ହୋଇଥିଲେ । ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ୩ ଜଣ ଗିରଫ ହୋଇଥିବା ବେଳେ ଫେରାର ଥିବା ଆଉ ୨ ଜଣଙ୍କୁ ପୋଲିସ ଖୋଜୁଛି | ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଛି ୯ ଟିମ୍ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ।