(ରଜନୀକାନ୍ତ ପାତ୍ର/ହିଞ୍ଜିଳି, ବିଜୟ କୁମାର କାରୁଆ, ପାଟଣା): ହିଞ୍ଜିଳିକାଟୁ ନଗର ଓ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶନିବାର ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ହିଞ୍ଜିଳିକାଟୁ ପୂର୍ତ୍ତବିଭାଗ ଡାକବଙ୍ଗଳା ରୁ ଏକ ଶୋଭାଯାତ୍ରାରେ ବାହାରି ବିଜୁପଟ୍ଟନାୟକ ଛକ, କଲେଜ ଛକ, ବ୍ଲକ ଛକ ହୋଇ ବିଜୁପଟ୍ଟନାୟକ ପାର୍କ ଓ କଲ୍ୟାଣ ମଣ୍ଡପରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌରପରିଷଦର ପୂର୍ଵ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀ ପୌରାଞ୍ଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ଯୁବ ନେତା ଅଜୟ ମହାରଣା, ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ ସଭାପତିଙ୍କ ସମେତ ବହୁ ବିଜେଡି କର୍ମୀ ଓ ମହିଳା ମାନେ ସାମିଲ ହୋଇଥିଲେ କ୍ଷ
ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଝୁମ୍ପୁରା ବ୍ଲକ ବଡ଼ନେଉଳି ଠାରେ ବିଜେଡ଼ିର ୨୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ପାଟଣା ବିଧାୟକ ଜଗନ୍ନାଥ ନାଏକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଜିଲ୍ଲା ସାଂସଦ ଚନ୍ଦ୍ରଣୀ ମୁର୍ମୁ ଯୋଗଦେଇ ଥିଲେ । ବିଜେଡି ଜିଲ୍ଲା ସଭାପତି କଲ୍ୟାଣି ପାତ୍ର, ଛାତ୍ର ଜିଲ୍ଲା ଉପସଭାପତି ବିପ୍ଳବ ପୃଷ୍ଟି, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ, ଉପଧ୍ୟକ୍ଷା ଲାଷ୍ମୀପ୍ରିୟା ବେହେରା, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ଭଞ୍ଜ,ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ଧରିତ୍ରୀ ମହାନ୍ତ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ନାଏକ, ସାହାରପଡା ବ୍ଲକ ଉପଧ୍ୟକ୍ଷା କିରଣବାଳା ସିଂ, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, ଯୁବ ସଭାପତି ଦିପୁ ଖାଟୁଆ, ଯୁବ ଉପସଂପାଦକ ହିମାଂଶୁ ବେହେରା, ବିଜେଡି ବରିଷ୍ଠ ନେତା ଅଙ୍କୁର ନାଏକ, ନିରଞ୍ଜନ ତ୍ରିପାଠୀ, କୁଶ ମହାପାତ୍ର, ଦିଲ୍ଲୀପ ସାହୁ, ମହେନ୍ଦ୍ର ସାହୁ, ଲକ୍ଷ୍ମଣ ସାହୁ, ଯଦୁନାଥ ଦାସ, ସୁଶାନ୍ତ ପ୍ରଧାନ ଏବଂ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଜେଡି ପ୍ରତିଷ୍ଠା ଦିବସରେ ଓଡିଶା ର ମହାନାୟକ ବିଜୁ ପଟ୍ଟାନାୟକଙ୍କ ଫଟୋ ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନୀ ଉପରେ ସ୍ମୃତି ଉଚ୍ଚାରଣ କରିଥଲେ । ପ୍ରତିଷ୍ଠା ଦିବସ ରେ ଦଳ କୁ କିପରୀ ସୁଦୃଢ଼ କରି ଆଗାମୀ ନିର୍ବାଚନ ରେ ପୁଣି ଦଳ ବିଜୟ ବନା ଉଡ଼ାଇ ବ ଚେଷ୍ଟା ରଖିବାକୁ କର୍ମୀ ମାନଙ୍କୁ ଆହ୍ଵନ ଦେଇ ଥିଲେ। ବିଜେଡିର ପ୍ରତିଷ୍ଠା ଦିବସରେ ୭ଜଣ ବରିଷ୍ଠ କାରିଗରଙ୍କୁ ପାଟଣା ସ୍ଥିତ ଝିଆଣିସାହି ରୁ ମାଛଚାଷୀ ଦୁର୍ଗା ଚରଣ ମହାନ୍ତ, ଜଯପଶିରୁ ଦିବ୍ୟାଙ୍ଗ ମୂର୍ତ୍ତି କାରିଗର ଭାସ୍କର ନାଏକ, ସାହାରପଡାରୁ ଦିବ୍ୟାଙ୍ଗ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ଗଣେଶ ପାତ୍ର, ପାଟଣାରୁ ସଙ୍ଗୀତ ନିଦ୍ଧେର୍ଶକ ଚିନ୍ମୟ କୁମାର ଦାଶ, ସାହାରପଡାରୁ ଚାଷୀ ମନରଞ୍ଜନ ଦିଗର, ଦମାହୁଦା ରୁ ଦୟାନିଧି ମହାନ୍ତଙ୍କୁ ସମ୍ମାନିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟା୨ହଜାର ରୁ ଉର୍ଦ୍ଧ ଲୋକ ସାମିଲ ହୋଇ ଥିବା ଦେଖିବାକୁ ମିଳିଥିଲା ।