(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ନୂଆ ବର୍ଷ ଖୁସି ଖୁସିରେ ଯାଉ ବୋଲି ସମେସ୍ତ ଚାହିଁଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି, ଯାହାଦ୍ୱାରା ନୂଆବର୍ଷରେ ସେମାନଙ୍କୁ ଫାଇଦା ହେବ । ଯଦି ଆପଣ ବି ନୂଆବର୍ଷରେ ଆପଣ ମା ଲକ୍ଷ୍ମୀଙ୍କ କୃପା ଚାହୁଁଛନ୍ତି ତେବେ ଘରୁ ତୁରନ୍ତ ଏହିସବୁ ସାମଗ୍ରୀ ହଟାଇଦିଅନ୍ତୁ ।
ଭଙ୍ଗା ଫର୍ନିଚର :-
କୁହାଯାଏ କି, ଘରେ ଭଙ୍ଗା ଖଟ ବା ପଲଙ୍ଗ ରଖିବା ଦ୍ୱାରା ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନ ସାଥୀ ଆପଣଙ୍କ ସହ ଖୁସି ଖୁସିରେ ଘରେ ରୁହନ୍ତି ବୋଲି, ତେବେ ଘରୁ ସମସ୍ତ ଭଙ୍ଗା ଫର୍ନିଚର ହଟାଇଦିଅନ୍ତୁ ।ଧ
ଭଙ୍ଗା କାଚ :-
ଘରେ କିଛି ବି ଭଙ୍ଗା କାଚ ଥିଲେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ । ଭଙ୍ଗା କାଚ ବାସନ, ଫଟୋ ଫେମ୍ ଇତ୍ୟାଦି ଦ୍ୱାରା ବାସ୍ତୁ ଦୋଷ ହୋଇଥାଏ । ଏହାର ପ୍ରଭାବରେ ମାନସିକ ଚାପ ବଢିଥାଏ ।
ଖରାପ ଘଣ୍ଟା :-
ଯଦି ଘରେ କୌଣସି ଘଣ୍ଟା ଖରାପ ହୋଇ ପଡିଛି, ତେବେ ତାକୁ ତୁରନ୍ତ ଠିକ୍ କରନ୍ତୁ ବା ହଟାଇ ଦିଅନ୍ତୁ । ଖରାପ ଘଣ୍ଟା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ
ଖରାପ ଇଲୋକ୍ଟ୍ରୋନିକ୍ ସାମଗ୍ରୀ :-
ନୂଆବର୍ଷାରେ ଘରେ ପଡିଥିବା ଖରାପ ଇଲୋକ୍ଟ୍ରୋନିକ୍ ସାମଗ୍ରୀକୁ ହଟାଇ ଦିଅନ୍ତୁ । ଖରାପ ସାମଗ୍ରୀ ଘରେ ପଡି ପଡି ଅଳିଆ ହେବା ସହ ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ ।