ବେଆଇନ ଭାବେ କଫ ସିରପ ବିକ୍ରୀ , ଜଣେ ଗିରଫ

(ଜୟନ୍ତ କୁମାର ସେଠୀ / ଗୋପ) ; ନିଶା ବେପାରୀଙ୍କ ବିରୋଧ ରେ ସ୍ପେଶାଲ ଡ୍ରାଇଭ ଚଳାଇଛି ପୁରୀ ପୋଲିସ । ଏହି କ୍ରମରେ ଜଣେ ବେଆଇନ ଭାବେ ବିକ୍ରୀ କରୁଥିବା କଫ ସିରପ କୁ ପୋଲିସ ଜବତ କରିବା ସହ ଉକ୍ତ ଵ୍ୟକ୍ତି କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କେଶବ ଦାସ ଓ ସେ ପୁରୀ ସଦର ଖଣ୍ଡିଆ ବନ୍ଧ ବାସିନ୍ଦା । ତେବେ କେଶବ ବଡ଼ ଶଙ୍ଖ ଅଞ୍ଚଳରେ ଥିବା ଏକ ନିକାଞ୍ଚନ ସ୍ଥାନ ରେ କଫ ସିରପ ବିକ୍ରି କରୁଥିବା ପୋଲିସ ପାଖରେ ଖବର ପହଂଚି ଥିଲା। ପରେ ଉକ୍ତ ସ୍ଥାନ ରେ ପୋଲିସ ଚଢ଼ଉ କରି କେଶବ ଦାସ କୁ ପୋଲିସ ଗିରଫ କରିବା ସହ ୩୦ ବୋତଲ କଫ ସିରପ ଜବତ କରିଛି।