ହାତୀ ଉପଦ୍ରବ: ଭାଙ୍ଗିଲା ଘର ଛପର, ଖାଇଲା ଧାନ ଚାଉଳ, ରଚିଲା ତାଣ୍ଡବ

0

ରାଇରଙ୍ଗପୁର: ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଲେଣି ହାତୀ  । ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ସତେ ଯେମିତି ନିର୍ଦ୍ଦୟ ହୋଇ ପଡିଛି । ହାତୀର ବାସସ୍ଥାନରେ ଖଣି ଖାଦାନ ଯୋଗୁଁ ପରିବେଶ ନଷ୍ଟ ହେବା ସହ ଏକର ଏକର ଜଙ୍ଗଲ ଜମି ମଧ୍ୟ ନଷ୍ଟ କରାଯାଇଛି । ଯେଉଁଥିପାଇଁ ହାତୀମାନେ ଏବେ ବେଘର  । ବାଧ୍ୟ ହୋଇ ଖାଦ୍ୟ ଅନ୍ୱେ୍ୱଷଣରେ ଗାଁ ଭିତରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି ହାତୀ ।

ଦିନ ଥିଲା ହାତୀ ମଣିଷର ବନ୍ଧୁ ଥିଲା  । ମାତ୍ର ଏବେ ହାତୀ ମଣିଷ ଉଭୟ ସାଜିଛନ୍ତି ଉଭୟଙ୍କ ପାଇଁ ବଇରୀ  । ତେବେ ଗତକାଲି ରାତିରେ ବିଜାତଳା ବ୍ଳକ ଅନ୍ତର୍ଗତ ସରଗଡା ପଞ୍ଚାୟତ ଭିଜିଡ଼ି ଗ୍ରାମର ବିଧବା ମହିଳା ଗୁରୁବାରି ମୁଣ୍ଡା ଏବଂ ତାଙ୍କ ପୁଅ କୌଣସି କାରଣ ବସତଃ ବାଙ୍ଗିରପୋଷୀ ଯାଇଥିଲେ । ସେହିସମୟରେ ଗୁରୁବାରୀଙ୍କ ଘରେ ପଶି ହାତୀ କବାଟ ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି । ଏଥିସହ ଦୀର୍ଘ ସମୟ ଧରି ଘରେ ତାଣ୍ଡବ ରଚିଥିଲା ହାତୀ  ।

ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର ଗ୍ରାମାଭିମୁଖି ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ତୁରନ୍ତ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି  । ସେପଟେ ଉକ୍ତ ଘଟଣାର ଅଭିଯୋଗ ପରେ ଆରଆଇ ଘଟଣାସ୍ଥଳରେ ପହଞ୍ଚି ଗୁରୁବାରିଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି  ।