NAC ମାନ୍ୟତା ଦାବିରେ ଆଜି ଯଶିପୁର ବନ୍ଦ

କରଞ୍ଜିଆ: NAC ମାନ୍ୟତା ଦାବିରେ ଆଜି ଯଶିପୁର ବନ୍ଦ । ଯଶିପୁର ବିକାଶ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ସମସ୍ତ ଅଫିସ୍ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆଜି ବନ୍ଦ । ସେପଟେ ନୂଆ ଏନଏସି ଚିଠା ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି । ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ୨୧ ଟି ଅଞ୍ଚଳକୁ ସହରୀକରଣ ପ୍ରକ୍ରିୟାରେ ସାମିଲ କରିବାକୁ ଡ୍ରାଫ୍ଟ ନୋଟିଫିକେସନ୍ କରିଛନ୍ତି। ୧୨ ନୂଆ NACର ତାଲିକା ପ୍ରକାଶ କରାଯାଇଛି। ଦିନେ ଦୁଇ ଦିନ ଭିତରେ ଆଉ ୯ଟି ତାଲିକା ପ୍ରକାଶ ପାଇବ। ପୁରୀ ମ୍ୟୁନିସିପାଲଟିକୁ ମୁନିସିପାଲ୍ କର୍ପୋରେସନରେ ପରିଣତ କରିବାର ନୋଟିଫିକେସନ୍ ମଧ୍ୟ ହୋଇସାରିଛି। ଆଗକୁ ସର୍ତ୍ତାବଳୀ ପୂର୍ଣ୍ଣ କରୁଥିବା ଅନ୍ୟ ଅଞ୍ଚଳକୁ NAC, ମ୍ୟୁନିସପାଲିଟି କିମ୍ବା କର୍ପୋରେସନ ମାନ୍ୟତା ଉପରେ ଆଲୋଚନା ଓ ପ୍ରକ୍ରିୟା ଆରମ୍ଭ ହୋଇଛି।