(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବ୍ୟାଙ୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆରବିଆଇର ୱେବସାଇଟରୁ ପ୍ରାପ୍ତ ସୂଚନା ଅନୁଯାୟୀ ନଭେମ୍ବର ମାସରେ ବ୍ୟାଙ୍କ ଗୁଡିକ ୧୨ ଦିନ ବନ୍ଦ ରହିବ । ଏଥିରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଛୁଟି ମଧ୍ୟ ସାମିଲ ରହିଛି । ତେଣୁ ବ୍ୟାଙ୍କ ଖାତାଧାରୀଙ୍କୁ ଅନେକ ସମସ୍ୟା ଭୋଗ କରିବାକୁ ପଡିପାରେ । ତେଣୁ ବ୍ୟାଙ୍କରେ ଥିବା କାମକୁ ସମୟ ଥାଇ ଶେଷ କରିନେବା ଆବଶ୍ୟକ । ନଭେମ୍ବର ମାସରେ ଛଠ ପୂଜା, ଗୁରୁ ନାନାକ ଜୟନ୍ତୀ, କନ୍ନଡ ରାଜ୍ୟୋତ୍ସବ, ବଙ୍ଗଳା ପର୍ବ, କାର୍ତ୍ତୀକ ପୂର୍ଣ୍ଣମୀ ଆଦି ୮ ଦିନ ବ୍ୟାଙ୍କ ବନ୍ଦ ରହିବ ।
୧ ନଭେମ୍ବରକୁ କନ୍ନଡ ରାଜ୍ୟୋତ୍ସବ ବେଙ୍ଗାଲୁରୁ ଓ ଇମ୍ଫାଲରେ ପାଳନ କରାଯାଏ । ସେହି ପରି ୨ ତାରିଖରେ ପାଟନା ଓ ରାଞ୍ôଚରେ ଛଠ ପୂଜା, ୩ରେ ରବିବାର, ୮ରେ ସିଲଙ୍ଗର ବଙ୍ଗଳା ଫେଷ୍ଟିଭାଲ, ୯ରେ ଦ୍ୱିତୀୟ ଶନିବାର, ୧୦ରେ ରବିବାର, ୧୨ ତାରିଖରେ ବେଲାପୁର, ଭୋପାଲ, ଭୁବନେଶ୍ୱର, ଚଣ୍ଡିଗଡ, ଡେରାଡୁନ, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷେ୍ନø, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ବିହାର, ଝାରଖଣ୍ଡ, ଶିମଲା, ଶ୍ରୀନଗରରେ ନାନକ ଜୟନ୍ତୀ, ୧୫ ତାରିଖରେ କର୍ଣ୍ଣାଟକ, ଜାମ୍ମୁ ରେ କନକଦାସ ଜୟନ୍ତୀ ଓ ଇଦ ଉଲ ମିଲାଦ ଅଲ ନବୀ, ୧୭ରେ ରବିବାର, ୧୯ରେ ସିକିମରେ ହ୍ଲାବବ ଦୁଚେନ, ୨୩ରେ ୪ର୍ଥ ଶନିବାର, ୨୪ ନଭେମ୍ବରକୁ ରବିବାର ପଡୁଛି । ଏହି ସବୁ ଦିନରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।