ଭୁବନେଶ୍ୱର: ରାଷ୍ଟ୍ରପତି ରାମ ନାଥ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । । ଓଡିଶାରୁ ୬ ଜଣ ବ୍ୟକ୍ତିତ୍ୱ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଛନ୍ତି। ଓଡିଶାର ପ୍ରଖ୍ୟାତ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଅନ୍ୟ ପାଞ୍ଚ ଜଣଙ୍କୁ ରାଷ୍ଟ୍ରପତି କୋବିନ୍ଦଙ୍କ ଠାରୁ ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ କାର୍ୟ୍ୟ କ୍ଷେତ୍ରରେ ଶାନ୍ତି ଦେବୀ, କଳାରେ ପୂର୍ଣ୍ଣମାସି ଜାନି, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ରଜତ କର ଓ ନନ୍ଦ ପୃଷ୍ଟୀ ଏବଂ ଚିକିତ୍ସା କ୍ଷେତ୍ରରେ କୃଷ୍ଣ ମୋହନ ପୃଥ୍ୱୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।