ଆଜି ଭୁବନେଶ୍ୱର ରେ ପେଟ୍ରୋଲ ଓ ଡିଜେଲ ଦର ରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।ଭୁବନେଶ୍ୱର ରେ ପେଟ୍ରୋଲ ଦର ୧୦୮. ୯୭ ଟଙ୍କା ରହିଥିବା ବେଳେ ଡିଜେଲ ଦାମ ପ୍ରତି ଲିଟର ପିଛା ୧୦୦. ୬୮ ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୯.୧୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୩. ୫୧ ଟଙ୍କା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୮୨ ପଇସା ରହିଛି ।ତେବେ ଯଦି ଆମେ ଦେଖିବା ଚେନ୍ନାଇ ରେ ପେଟ୍ରୋଲ ଦର ୧୦୭ ଟଙ୍କା ୭୮ ପଇସା ଥିବା ବେଳେ ଡିଜେଲ ଦାମ ୯୯ ଟଙ୍କା ୭୧ ପଇସା ରହିଛି ।ତେବେ ପେଟ୍ରୋଲ ଓ ଡିଜେଲ ଦର ରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ତେବେ ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ସକାଳ ୬ ଟାରେ ଦାମ ରେ ପରିବର୍ତ୍ତନ କରାଯାଇଥାଏ ।ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।