ସଂକଟରେ ବିଏସ୍ଏନ୍ଏଲ

( ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ବିଏସ୍ଏନ୍ଏଲ୍ରେ ଅର୍ଥିକ ସଙ୍କଟ ହେତୁ ସେ ତାର କର୍ମଚାରୀମାନଙ୍କୁ ବେତନ ଦେଇ ପାରି ନାହିଁ। ରାହାକୁ ନେଇ କର୍ମଚାରୀ ସଙ୍ଗଠନ ସଞ୍ଚାର ମନ୍ତ୍ରୀଙ୍କୁ ପତ୍ର ଲେଖି ସାହାଯ୍ୟ ମାଗିଛନ୍ତି।ବିଏସ୍ଏନ୍ଏଲର ଗୋଟିଏ ପଟେ ବେତନର ବିଲ୍ ୮ପ୍ରତିଶତ ବର୍ଷକୁ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ କମ୍ପାନି ନିଜ ରୋଜଗାରର ପାଖାପାଖି ୫୫ ପ୍ରତିଶତ କେବଳ ବେତନ ବାଣ୍ଟିବାରେ ଖର୍ଚ୍ଚ କରିବାରେ ଲାଗିଛି। ଏନେଇ ସରକାର କୌଣସି ଆର୍ଥିକ ସହାୟତା ଦେବାର ସଙ୍କେତ ଦେଇ ନାହାନ୍ତି। ଏମିତିର କମ୍ପାନିର ଯେମିତି ଆୟ ହେବ ସେ ତାର କର୍ମଚାରୀଙ୍କୁ ବେତନ ଦେବାକୁ ଲାଗିବ ବୋଲି କୁହାଯାଉଛି। ବିଏସ୍ଏନ୍ଏଲ୍ର ଜଣେ ଅଧିକାରୀଙ୍କ କହିବାନୁସାରେ, ଜମ୍ମୁ ଓ କଶ୍ମୀର ସମେତ ଓଡ଼ିଶାରେ ବେତନ ବାଣ୍ଟିବା କାମ ଆରମ୍ଭ କରି ଦେଇଛି।ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଲଞ୍ଚ ହେବା ପରେ ପାଖାପାଖି ସମସ୍ତ ମୋବାଇଲ କମ୍ପାନିର ଆର୍ଥିକସ୍ଥିତି ଉପରେ ନେଗେଟିଭ ପ୍ରଭାବ ପଡ଼ିଥିଲା। ଏହାର ମୁଖ୍ୟ କାରଣ ପ୍ରଥମେ ରିଲାଏନ୍ସ ଜିଓ ପକ୍ଷରୁ ଅନେକ ଦିନ ପର୍ୟ୍ୟନ୍ତ ମାଗଣା ସେବା, ତା’ପରେ କମ୍ ମୂଲ୍ୟରେ ଡାଟା ଉପଲବ୍ଧ କରିବା। ଏହି କାରଣରୁ ଅନେକ କମ୍ପାନି ନିଜ ଡାଟା ମୂଲ୍ୟ ହ୍ରାସ କରିବା ପାଇଁ ବାଧ୍ୟ ହୋଇଥିଲେ। ଫଳରେ ଏବେ ସେମାନଙ୍କୁ ଆର୍ଥିିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି।