(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୩ କୋରୋନା ପଜେଟିଭ ଚିହ୍ନଟ । ଏହି କୋରୋନା ଆକ୍ରାନ୍ତଙ୍କୁ ମିଶାଇ ୮୨ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୩ ଆକ୍ରାନ୍ତଙ୍କ ବ୍ୟକ୍ତି କଲିକତାରୁ ଫେରିଥିବା ଜଣାପଡିଛି । ଯାହାକି ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁରରେ ୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନାନୁଯାୟୀ, ଏହି ୩ଜଣ କଲିକତାରୁ ଭଦ୍ରକ ଫେରିଥିଲେ । ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟଷ ୩୫,୪୦ ଓ ୫୫ ବର୍ଷ ବୋଲି ଜଣାପଡିଛି । ତେବେ ପୂର୍ବରୁ ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ସହଯାତ୍ରୀ ବୋଲି ଜଣାପଡିଛି । ଏ ନେଇ ଭଦ୍ରକ ପ୍ରଶାସନ ସୂଚନା ମିଳିଛିି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢୁଛି । ବିଶେଷ କରି ରାଜ୍ୟ ବାହାର କଲିକତାରୁ ଫେରିଥିବା କିଛି ବ୍ୟକ୍ତିଙ୍କର ଲଗାତାର ଦୁଇ ଦିନ ହେଲା କୋରୋନା ଆକ୍ରାନ୍ତରେ ଚିହ୍ନଟ ହେଉଛନ୍ତି । ଲକଡାଉନ କାରଣରୁ ରାତି ଅଧିଆ ବିଲରେ ଚାଲି ଚାଲି ଓ କିଛି ଲୋକ ଆମ୍ବୁଲାନ୍ସରେ ବାଲେଶ୍ୱର ଦେଇ ରାଜ୍ୟକୁ ଆସୁଥିବା ଜଣାପଡିଛି । ତେବେ ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୮୨ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେମାନଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ୫୦ଜଣ ବ୍ୟକ୍ତି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ।