(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମଦ କାରଖାନାରେ ଚଢାଉ । ଖୋର୍ଦ୍ଦା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ରାସୋଲ ଗାଁରେ ଏକ ମଦ କାରଖାନରେ ଚଢାଉ କରାଯାଇଛି । ଅବକାରୀ ବିଭାଗ, ପୁଲିସ ଓ କୁଇକ ଆକ୍ସନ ଟିମର ମିଳିତ ଚଢାଉ କରିଥିଲେ । ସୁଚନାମୁତାବକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ ଗାଁରେ ଥିବା ଏକ ମଦ କାରଖାନା ଉପରେ ପୋଲିସ ପନ୍ଛା ମାରିଥିଲା । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ କୁଇକ୍ ଆକ୍ସନ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ ମେସିନ୍, ଗୋଟିଏ କାର, ଗୋଟିଏ ଟ୍ରକ୍ ସହ ନଗଦ ୧୭ଲକ୍ଷ ୬୦ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ କାରଖାନାର ମାଲିକ ମିନତି ପାଇକରାୟଙ୍କୁ ଗିରଫ କରାଯାଇଛି।