( ଭୁବନେଶ୍ୱର /ରିପୋର୍ଟସଟୁଡେ): ମହାକାଶ ଗବେଷଣା କ୍ଷେତ୍ରରେ ସୃଷ୍ଟି ହେଲା ମାଇଲଖୁଣ୍ଟ। ବ୍ଲାକ ହୋଲ ବା କୃଷ୍ଣ ଗର୍ତ୍ତର ପ୍ରଥମ ଫଟୋଚିତ୍ର ଜାରି କରିଛନ୍ତି ମହାକାଶ ବିଜ୍ଞାନୀ । ଇଭେଣ୍ଟ ହରିଜନ ଟେଲିସ୍କୋପ ଏହି ଫଟୋକୁ ଉତ୍ତୋଳନ କରିଛି। ଫଟୋରେ ଉଜ୍ୱଳ ବୃତ୍ତାକାର ଆଲୋକ ମଧ୍ୟରେ ଏକ କଳା ଗର୍ତ୍ତ ଥିବା ଦେଖାଯାଉଛି। ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ କୃଷ୍ଣ ଗର୍ତ୍ତରେ ଆଲୋକ ବକ୍ର ଭାବରେ ପଡ଼ିବାରୁ ଏଭଳି ବୃତ୍ତ ସୃଷ୍ଟି ହୋଇଥିବା କୁହାଯାଇଛି।
ଏହି ବ୍ଲାକ ହୋଲ ପୃଥିବୀ ଠାରୁ ୮୭ ଗାଲାକ୍ସି ଓ ୫ କୋଟି ଆଲୋକ ବର୍ଷ ଦୂରରେ ରହିଛି। ସରଳ ଭାଷାରେ କହିଲେ ବ୍ଲାକ ହୋଲ ମହାକାଶରେ ଏକ ମହାଶୂନ୍ୟ ସ୍ଥାନ। ଏଠାରେ ମାଧ୍ୟାକର୍ଷଣ ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ। ଏହା ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ କିମ୍ବା ଆଲୋକକୁ ନିଜ ଗର୍ଭରେ ବିଲୀନ କରିପାରେ।