(ରିପୋର୍ଟସ ଟୁୁଡ଼େ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ପ୍ରସନ୍ନଙ୍କୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜୁ କୃଷକ ଜନତା ଦଳର ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ ବିଜୁ କୃଷକ ଜନତା ଦଳ ଆବାହକ ଭାବେ ଦାୟିତ୍ୱ ତୁଲାଉଥିଲେ
୨୦୧୯ ନିର୍ବାଚନୀ ପାଇଁ ବିଜେଡ଼ି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । କାରଣ ୫ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡିର କୃଷକ ସଂଗଠନରେ ଏହି ପରିବର୍ତ୍ତନ ଏକ ବଡ଼ ରାଜନୀତିକ ଗୋଟିଚାଳନା ବୋଲି ଚର୍ଚ୍ଚା ହେଉଛି । କାରଣ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଜେପି ହାତରୁ କ୍ଷମତା ଚାଲିଯିବା ପଛରେ କୃଷକ ଅଶାନ୍ତି ହିଁ ମୁଖ୍ୟ କାରଣ ବୋଲି ଆଲୋଚନା ହେଉଥିବା ସମୟରେ ବିଜେଡ଼ିର ୧୮ ବର୍ଷର ଶାସନ ରାସ୍ତାରେ ଯେମିତି କୃଷକ ସମସ୍ୟା ବାଧା ନଉପୁଯାଏ ସେନେଇ ଏଭଳି କାର୍ଡ ଖେଳିଛନ୍ତି ବିଜେଡ଼ି ସୁପ୍ରିମୋ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।