ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା , ୧୨ ଟା ୧୪ ପ୍ରର୍ଯ୍ୟନ୍ତ ଗୃହ ମୁଲତବି

(ରିପୋର୍ଟସ ଟୁଡ଼େ): ବାଚସ୍ପତି ପ୍ରଶ୍ନ କାଳ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଚାଷୀ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨. ଟା ୧୪ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।
ଆଜି ଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ପଞ୍ଚଦଶ ବିଧାନସଭାର ଚର୍ତୁଦଶ ଅଧିବେଶନର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଶୋକପ୍ରସ୍ତାବ ଆଗତ କରିଛନ୍ତି।
ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ସହିଦ ଯବାନ ଚମ୍ପେଶ୍ୱର ମହାକୁଡ଼ ଓ ବ୍ରଜମୋହନ ବେହେରା ,ଦୂରଦର୍ଶନର କ୍ୟାମେରାମାନ ଅଚ୍ୟୁତାନନ୍ଦ ସାହୁଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ବିଧାନସଭାରେ ଜ୍ଞାପନ କରାଯାଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକପ୍ରସ୍ତାବ ଆଗତ କରିବା ପରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କରି ଦିବଙ୍ଗତ ଆତ୍ମାଗୁଡ଼ିକୁ ସମ୍ମାନ ଜଣାଇ ଶୋକପ୍ରସ୍ତାବ ଆଗତ କରିଥିେଲେ। ପରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ପାଇଁ ଉପସ୍ଥିତ ବିଧାୟକମାନଙ୍କ ଅନୁରୋଧ କରିଥିଲେ। ନିରବ ପ୍ରାର୍ଥନା ପରେ ଗୃହରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗ କୁ ନେଇ ହୋହଲ୍ଲା କରିବାରୁ ବାଚସ୍ପତି ଶ୍ରୀ ଅମାତ ଗୃହକୁ ୧୨ଟା ୧୪ ମିନିଟ ଯାଏ ମୁଲତବୀ ରଖିଛନ୍ତି।