(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁଟସମଲାଇ ଗ୍ରାମ ନିକଟରେ ଥିବା ପାତାଳି ଶ୍ରୀକ୍ଷେତ୍ରରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ବେଳେ ଘଟଣାର ୬ ଦିନ ପରେ ବି ପୁଲିସ ହାତ ଖାଲି ରହିଛି। ମନ୍ଦିରର ଦାନବାକ୍ସ ସହ ଏକ ରୁପା ଗଡୁ ଏବଂ ମନ୍ଦିର ଭିତରେ ଥିବା ନଗଦ ୧୪ ହଜାର ଟଙ୍କା ଦୁର୍ବୃତ୍ତ ମାନେ ଚୋରି କରି ନେଇଥିବା ବେଳେ ପୋଲିସ ଅନ୍ଧାରରେ ବାଡି ବୁଲାଉଥିବା ସାଧାରଣରେ ଆଲୋଚନା ହେଉଛି। ଚୋରି ଅଭିଯୋଗ ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହ ପୁଲିସ ଆସି ତଦନ୍ତ କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କୌଣସି ଅଭିଯୁକ୍ତ ଧରାପଡ଼ି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।