(ରିପୋଟରର୍ସ ଟୁଡ଼େ): କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଉର୍ମିଳା ମାତୋଣ୍ଡକର୍ ଦୀର୍ଘ ଦଶ ବର୍ଷ ବ୍ୟବଧାନ ପରେ ବଲିଉଡ଼୍କୁ କମ୍ବ୍ୟାକ୍ କରିଥିଲେ । ତେବେ ସେ କୌଣସି ସିନେମାରେ ଲିଡ଼୍ ହିରୋଇନ୍ ଭାବେ ଫେରିନଥିଲେ ବରଂ ଆଇଟମ୍ ଗର୍ଲ ବନି ପୁଣି ପରଦାକୁ ଆସିଥିଲେ। ଯେଉଁ ହିନ୍ଦୀ ସିନେମାରେ ଆଇଟମ୍ ନମ୍ବର କରି ଫେରିଥିଲେ ,ତାହା ହେଉଛି ୨୦୧୮ରେ ରିଲିଜ୍ ହୋଇଥିବା‘ବ୍ଲାକ୍ମେଲ୍’ର ଏହି ଗୀତ । ଜବରଦସ୍ତ ଠୁମ୍କା ଲଗାଇଥିଲେ ଉର୍ମିଳା। ଏହି ସିନେମାରେ ଇରଫାନ୍ ଖାନ୍ ମୁଖ୍ୟ ଚରିତ୍ରରେ ଥିଲେ ତେବେ ଏହି ସିନେମାରେ ତାଙ୍କ ଆଇଟମ ଗୀତଟି ବିଶେଷ ଲୋକପପ୍ରିୟ ହୋଇ ନଥିଲା।
।