ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍

(ରିପୋର୍ଟସ ଟୁଡ଼େ): ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର କୋଇଲା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସ୍ଥାନୀୟ ଅଂଚଳ କୋଇଲା ଖଣି ଅଂଚଳ ହୋଇଥିବାରୁ ଏକ ଟିମ୍ ତାଳଚେର ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିବ । ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ।
ତାଳଚେରର ଜନଗହଳିପୂଣ୍ଣ ଅଂଚଳରେ ଥିବା ଏକ ଘରେ ହଠାତ୍ ମାଟି ଦବି ଯାଇଥିଲା । ତାପରେ ଫାଟ ଧୀରେ ଧୀରେ ବଢ଼ିବାକୁ ଲାଗିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ । ଘଟଣାର ତଦନ୍ତ କରି ପ୍ରତିକାର କରିବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ଅଂଚଳ ଖଣି ଅଂଚଳ ହୋଇଥିବାରୁ କୋଇଲା ମନ୍ତ୍ରୀ ଏହା ଉପରେ ତଦନ୍ତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ ।
ଏହି ଘଟଣାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କହିଛନ୍ତି ବିଜେପି ଦଳ କେବଳ କୁମ୍ଭରର କାନ୍ଦଣା କାନ୍ଦୁଛି । ଆମେ ଆଗରୁ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଥିଲୁ ଭୂତଳଖଣିରେ ବାଲି ଫିଲଙ୍ଗ୍ରିବାକୁ ତାହାଏପଯ୍ୟନ୍ତ ହେଇନାହିଁ ।