ଟ୍ରେନରେ ଯୁବକଙ୍କୁ ନିଶା ଦେଇ ଲୁଟି ନେଲେ ୨୨ହଜାର ଟଙ୍କା ଓ ମୋବାଇଲ

(ଋିପୋର୍ଟସ ଟୁଡେ):  ଟ୍ରେନରେ ଯାଉଥିବା ଯୁବକଙ୍କୁ ନିଶା ଦେଇ ଲୁଟି ନେଲେ ୨୨ହଜାର ଟଙ୍କା ଓ ମୋବାଇଲ । ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ପଞ୍ଚାୟତ ଛତୁବାଟି ଗ୍ରାମର ଜଣେ ଯୁବକ ଟ୍ରେନରେ ଘରକୁ ଫେରୁଥିବା ସମୟରେ ଘଟିଛି ଏହି ଅଘଟଣ ।

ଖବର ଅନୁସାରେ, ରତ୍ନାକର ମଲ୍ଲିକ ନାମକ ଜଣେ ଯୁବକ ପଶ୍ଚିମବଙ୍ଗର କ୍ଷିଦିରିପୁରରେ ରହି କାମ କରନ୍ତି । ଗତକାଲି ସେ ହାଓ୍ବଡା ପୁରୀ ଫାଷ୍ଟ ପସେଞ୍ଜରରେ ଘରକୁ ଫେରୁଥିବା ସମୟରେ ଖଡଗପୁରଠାରେ ଜଣେ ବ୍ୟକ୍ତି ତାଙ୍କୁ ପାନ ଦେଇଥିଲେ । ପାନ ଖାଇସାରିବା ପରେ ଶୋଇପଡିଯିବାରୁ ତାଙ୍କ ପାଖରେ ଥିବା ନଗଦ ୨୨ହଜାର ଟଙ୍କା, ୧ଟି ମୋବାଇଲ ଓ କିଛି ଲୁଗା ନେଇଯାଇଥିଲେ । ପରେ ସେଠାରେ ଥିବା ଲୋକମାନେ ରତ୍ନାକରଙ୍କୁ ମେଡିକାଲ ନେଇଯାଇଥିଲେ । ଖବର ପାଇଁ ପୋଲିସ ଘଟଣାର ତଦନ୍ତ କରୁଛି ।