(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କ୍ୱାରେଣ୍ଟାଇନ ଅବଧିକୁ ବଢାଇଲେ ସରକାର । ଓଡ଼ିଶା ଫେରିଲେ ଏଣିକି ୧୪ ଦିନ ନୁହେଁ ୨୮ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ । ୧୪ରୁ ୨୧ ଦିନକୁ ସରକାରୀ ସଙ୍ଗରୋଧ ସମୟ ବଢ଼ାଯାଇଛି । ପରେ ୭ଦିନ ଘରେ ସଙ୍ଗରୋଧରେ ରହିବେ । ତେଣୁ ସମସ୍ତେ ୨୮ଦିନିଆ ସଙ୍ଗରୋଧ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ପ୍ରବାସୀମାନଙ୍କୁ ମୋଟ୍ ୨୮ଦିନ ସଙ୍ଗରୋଧରେ ରହିବାକୁ ହେବ । ୨୮ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇବାର ସମ୍ଭାବନା ଅଛି ।