(ରିପୋଟର୍ସ ଟୁଡେ/ମୁମ୍ବାଇ/): ଦେଶରେ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ୨୮ ହଜାରରୁ ଉର୍ଦ୍ଧରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୦ ରେ ପହଞ୍ଚିଛି । ଏହି ସମୟରେ ସବୁଠୁ ଅଧିକ ସଂକ୍ରମଣ ହୋଇଥିବା ମହାରାଷ୍ଟ୍ରରେ ଗତ ୩ ଦିନରେ ୩ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇସାରିଛି । ଏ ନେଇ ମୁମ୍ବାଇ ପୋଲିସ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟରେ ମଧ୍ୟ ଦର୍ଶାଯାଇଛି ଯେ, କୁର୍ଲା ଟ୍ରାଫିକ ଡିଭିଜନରୁ ଏଚ.ସି ଶିବାଜୀ ନାରାୟଣ ସୋନାୱେନ (୫୬)ଙ୍କର ମୃତ୍ୟୁ ସୂଚନା ଦେଇ ଆମେ ଦୁଃଖିତ । ମୃତ୍ୟୁ ପରେ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ।
ପୁରା ଖବର ଅନୁଯାୟୀ,ରାଜ୍ୟରେ ମହାରାଷ୍ଟ୍ରରେ ୧୦୦ରୁ ଉର୍ଦ୍ଧ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡୁଛି । ଏହା ପୂର୍ବରୁ ମୁମ୍ବାଇରେ ଦୁଇ ଜଣ ହେଡ କନେଷ୍ଟବଳ କୋରୋନା ଯୋଗୁ ମୃତ୍ୟୁ ଘଟିଥିଲା । ରବିବାର ସୁଦ୍ଧା ମହାରାଷ୍ଟ୍ରରେ ୧୦୭ ଜଣ ପୋଲିସ କର୍ମଚାରୀଙ୍କୁ କୋରୋନା ହୋଇଥିବା ଜଣାପଡିଛି । ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ବହୁତ ଦୁଃଖଦ ଘଟଣା । ମୁଁ ସେମାନଙ୍କୁ ଶଦ୍ଧାଞ୍ଜଳି ଦେଉଛି । ଏହା ସହ ସେମାନଙ୍କୁ ବାରମ୍ବାର ସଂଞ୍ଜମତା ରକ୍ଷା କରିବାକୁ ମଧ୍ୟ କୁହାଯାଇଛି । ଯେତେବେଳେ କୌଣସି ଯାଗାରେ କିଛି ଘଟଣା ଘଟୁଛି ଲୋକମାନେ ପ୍ରଥମେ ପୋଲିସ ଉପରେ ଅଭିଯୋଗ କରୁଛନ୍ତିି । ଏହି ପୋଲିସ ଦିନରାତି ଆମ ମାନଙ୍କ ପାଇଁ କାମ କରୁଛନ୍ତି । କୋରୋନା ସହ ଯୁଦ୍ଧ କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।