(ହର ପ୍ରସାଦ ବିଷୋଇ / ଗଞାମ) ; କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି ଜ୍ଝଜୀବନ ଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ ଜ୍ଝକୋଭିଡ ପରିସ୍ଥିତି ରେ ଲୋକଙ୍କ ଉନ୍ନତି ପାଇଁ ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାନ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଭତ୍ତା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଏଥିରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ଜ୍ଝ ପ୍ରାୟ ୮୦ ଜଣ ହିତାଧିକାରୀଙ୍କୁ ମଧୁ ବାବୁ,ବାର୍ଦ୍ଧକ୍ୟ ଭଳି ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଛି ଜ୍ଝ ଏଥିସହ ଏହି କାର୍ୟ୍ୟକ୍ରମ ଅବସରରେ ବିଧାୟିକା ସମସ୍ତଙ୍କୁ ଟୀକାନେବା ପାଇଁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଛନ୍ତି ଜ୍ଝଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ଯତିନ୍ଦ୍ର ମୋହନ ବେହେରାଙ୍କ ସମେତ ଏନଏସିର ସମସ୍ତ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ଜ୍ଝ