କରୋନା ଭୟ: ଚୀନ୍ ଛାଡ଼ିବାକୁ ପାକିସ୍ତାନୀ ବ୍ୟାକୁଳ, ସରକାର ନିର୍ବିକାର

ବେଇଜିଂ: ଚୀନ୍‌ର ଉହାନ, ଶିଂଜିୟାଙ୍ଗ୍‌ ପ୍ରଦେଶରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ଚୀନ୍‌ ଛାଡ଼ିବା ପାଇଁ ବ୍ୟାକୁଳ ହେଉଛନ୍ତି। କିନ୍ତୁ ସେମାନଙ୍କୁ ନେବାପାଇଁ ପାକିସ୍ତାନ ସରକାର ଆଗ୍ରହ ଦେଖାଉନାହାନ୍ତି। ଉହାନରୁ ସମସ୍ତ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥା ଦେଖି ପାକିସ୍ତାନୀ ନାଗରିକମାନେ ନିଜ ଦେଶର ମାନସିକତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ଭାରତ ନିଜ ନାଗରିକଙ୍କର ସୁରକ୍ଷା ପାଇଁ କିଭଳି ତତ୍ପରତାର ସହ କାମ କରୁଛି, ତାହା ପାକିସ୍ତାନ ଶିଖିବା ଦରକାର ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ସିଂଜିୟାନ ଏୟାରପୋର୍ଟରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ଫସି ରହିଛନ୍ତି। ପ୍ରାୟ ୧୫୦ ପାକିସ୍ତାନୀ ଇସ୍‌ଲାମାବାଦ ଯିବାପାଇଁ ବାରମ୍ବାର ସରକାରଙ୍କୁ ନିବେଦନ କରୁଥିଲେ ମଧ୍ୟ ସେମାନଙ୍କ ନିବେଦନ ପ୍ରତି ଇମ୍ରାନ ସରକାର ଗୁରୁତ୍ୱ ଦେଉନାହାନ୍ତି।