କମିଲା ଖାଇବା ତେଲ

(ବ୍ୟୁରୋ) : ଖାଉଟି ମାନଙ୍କ ପାଇଁ ଆସିଲା ଖୁସି ଖବର । କମିଲା ଖାଇବା ତେଲ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବା ପରେ ଏବେ ଶସ୍ତା ହେବାକୁ ଯାଉଛି ଖାଇବା ତେଲ । ଖାଇବା ତେଲ ଉପରେ ମୌଳିକ ଶୁଳ୍କ ଏବଂ ଆଗ୍ରି ସେସ୍ ବା କୃଷି ଉପକର କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗତ ବର୍ଷ ଠାରୁ ଲଗାତାର ଭାବେ ଖାଇବା ତେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏହି ହ୍ରାସ ଖାଉଟିଙ୍କ ମନରେ ଖୁସି ଆଣୀଛି । ସୋୟାବିନ୍, ସୂର୍ୟ୍ୟମୁଖୀ ଏବଂ ପାମୋଲିନ୍ ଅଏଲ ଉପରେ ପୂର୍ବରୁ ୨.୫ ପ୍ରତିଶତ ବେସିକ୍ ଡ୍ୟୁଟି ବା ମୌଳିକ ଶୁଳ୍କ ନିଆଯାଉଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଖାଇବା ତେଲ ଦର ହ୍ରାସ ପାଇବ । ଏହା ସହିତ ଖାଇବା ତେଲ ଉପରୁ କୃଷି ଉପକର ବା ଆଗ୍ରି ସେସ୍ ମଧ୍ୟ ହ୍ରାସ ପାଇଛି । ଅଶୋଧିତ ପାମୋଲିନ୍ ତେଲ ଉପରେ ପୂର୍ବରୁ ୨୦ ପ୍ରତିଶତ ଆଗ୍ରି-ସେସ୍ ନିଆଯାଉଥିବା ବେଳେ ଏବେ ତାହା ହ୍ରାସ ପାଇ ୭.୫ ପ୍ରତିଶତ ନିଆଯିବ । ସେହିଭଳି ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ୟ୍ୟମୂଖୀ ତେଲ ଉପରୁ ୫ ପ୍ରତିଶତ ଆଗ୍ରି-ସେସ୍ ହ୍ରାସ କରାଯାଇଛି । ସେହିଭଳି ଆରବିଡି ପାମୋଲିନ୍ ତେଲ, ସୋୟାବିନ ରିଫାଇନ୍ ତେଲ ଏବଂ ସୂର୍ୟ୍ୟମୂଖୀ ରିଫାଇନ ତେଲ ଉପରେ ବେସିକ୍ ଡ୍ୟୁଟି ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ କମାଇଛି କେନ୍ଦ୍ର ।