ଇ ସିଗାରେଟ ବିରୋଦ୍ଧରେ ସ୍ୱତନ୍ତ୍ର ଅଭିଯାନ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଇ-ସିଗାରେଟର ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଇବାକୁ ଖୁବ ଶୀଘ୍ର ଓଡ଼ିଶା ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି ଜ୍ଝ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ମାସେ ବ୍ୟାପି ସ୍ୱତନ୍ତ୍ର ଅଭିଯାନ କରିବାକୁ କୁହାଯାଇଛି ଜ୍ଝ ଗତ ମାସରେ କେନ୍ଦ୍ର ସରକାର ଇ-ସିଗାରେଟକୁ ବ୍ୟାନ କରିବା ନେଇ ସ୍ୱତନ୍ତ୍ର ଅଧ୍ୟାଦେଶ ଜାରି କରିବା ପରେ ଓଡ଼ିଶା ପୁଲିସ ପକ୍ଷରୁ ଏ ନେଇ ବ୍ୟାପକ ପଦକ୍ଷେପ ନିଆଯାଇଛି ଜ୍ଝ
କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ସରକୁଲାର ମୁତାବକ ଇ-ସିଗାରେଟର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ କମିସନରେଟ ପୁଲିସ ସହ ସବୁ ଜିଲ୍ଲାର ଏସପି ନଜର ରଖିବେ ଜ୍ଝ ତେବେ ଓଡ଼ିଶାରେ ଇ-ସିଗାରେଟର ବ୍ୟବହାର ସେତେଟା ହେଉ ନଥିବାବେଳେ ଏହାକୁ ନେଇ କିନ୍ତୁ ପୁଲିସ ସତର୍କତା ଅବଲମ୍ବନ କରିଛି ଜ୍ଝ
ବିଶେଷ ଭାବେ ଭୁବନେଶ୍ୱରରେ ଇ-ସିଗାରେଟ ଓ ଇ-ହୁକ୍କା ବ୍ୟବହାର ହେଉଥିବା ହୋଟେଲ ଓ ବାର ଉପରେ ଚଢ଼ାଉ କରିବାକୁ କୁହାଯାଇଛି ଜ୍ଝ ତେବେ ଏହି ନିୟମକୁ ପ୍ରଥମ ଥର ନ ମାନିଲେ ବର୍ଷକ ଯାଏଁ ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିୟମ ରହିଛି ଜ୍ଝ ସେହିପରି ଦ୍ଵିତୀୟ ଥର ନ ମାନିଲେ ୩ ବର୍ଷ ଯାଏଁ ଜେଲ ସହ ୫ ଲକ୍ଷ ଟଙ୍କାର ଜରିମାନା ଦେବାର ନିୟମ ରହିଛି ଜ୍ଝ